ଆଜି ବି କମ୍ପିବ ବିଧାନସଭା

ଭୁବନେଶ୍ୱର, ୩୦/୦୩ : ଆଜି ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ କରିପାରନ୍ତି ବିରୋଧୀ । ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ ତାରିଖରୁ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ବାହାରି ପାରୁନି ସମାଧାନର ବାଟ । ଆଜି ପ୍ରଶ୍ନକାଳରେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର, ସ୍ୱରାଷ୍ଟ୍ର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଦୁଇ ବିରୋଧୀ ଦଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଜିଦରେ ଅଟଳ ଅଛନ୍ତି। ଏସସିବିରେ ସୁସ୍ଥ ହେବାକୁ ଆସି ୧୩ ଜଣ ଲୋକଙ୍କ ମୃତ୍ୟୁ ହେବାକୁ ନେଇ ବିଜେପି ସରକାରର ଉତ୍ତରଦାୟିତ୍ୱ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଯାହାକୁ ନେଇ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧୀ।