ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଟ କମିଶନର

ଭୁବନେଶ୍ୱର,୨୭/୦୮ : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜ୍ୟ ଟିକସ ବିଭାଗର ସହକାରୀ କମିସନର। ରାଜ୍ୟ ଟିକସ ବିଭାଗର ସହକାରୀ କମିସନର ଜଣକ ହେଉଛନ୍ତି ସରିତା ବାରିକ। ଭୁବନେଶ୍ୱର-iv ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଇନପୁଟ ଟ୍ୟାକ୍ସ କ୍ରେଡିଟ ପରିଶୋଧ ଏବଂ ଜରିମାନା ଛାଡ କରିବା ପାଇଁ ଏହି ଲାଞ୍ଚ ନେଉଥିଲେ। ବେକେରି ମାଲିକଙ୍କୁ ସରିତା ୨,୨୭,୧୪୭ ଟଙ୍କାର ଜରିମାନା ଓ ଟିକସ ପରିଶୋଧ ପାଇଁ ନୋଟିସ ଜାରି କରିଥିଲେ। ଏହା ଜାଣି ମାଲିକ ସରିତାଙ୍କୁ ଏହା ଛାଡ ପାଇ ଅନୁରୋଧ କରିଥିଲେ। କିନ୍ତୁ ସେ ଜରିମାନା ଛାଡିବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ବେକେରି ମାଲିକ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଭୁବନେଶ୍ୱରର ମଧୁସୂଦନ ନଗର ନିକଟରେ ସରିତା ତାଙ୍କ କାର ଭିତରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲେ। ତାଙ୍କ ନିକଟରୁ ୨୫ ହଜାର ଟଙ୍କା ଜବତ କରିଥିଲେ। ସରିତାଙ୍କ ଘର ସହ ତିନିଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି।

SBI_Festive_Digital Billboard