ମେଷ : କାର୍ଯ୍ୟ ବ୍ୟସ୍ତ ରହିବେ । ସଫଳତା ହାତଛଡା ହୋଇଯିବ । ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ସ୍ମରଣୀୟ ମନେ ହେବ । ସାମଜିକି ସ୍ତରରେ ଏକାଧାରରେ ଅର୍ଥ, ସମ୍ମାନ, ଉପଢୈାକନ, ସମ୍ବର୍ନ୍ଧନା ପାଇବାର ଯୋଗ ରହିଛି ।
ବୃଷ : ଅର୍ଥ ହାନୀ ହେବ । ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜକୁ ଗୌରବାନ୍ୱିତ ମନେକରିବେ । ବନ୍ଧୁଙ୍କ ସହାୟତାରେ ଅନଟନ ଦୂରେଇ ଯିବ ଓ କାର୍ଯ୍ୟଗୁଡିକ ସରଳୀକୃତ ହେବ ।
ମିଥୁନ : କର୍ମଜୀବି ସମ୍ମାନିତ ହେବେ । ବ୍ୟବସାୟୀରେ ଚୌର ଭୟ ଅଛି । କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ପ୍ରଶଂସା ମଧ୍ୟରେ ନିଜକୁ ହଜାଇ ଦେଇପାରନ୍ତି । ସକାଳୁ ସକାଳୁ କାହାର ଡାକରା ଆପଣଙ୍କୁ ଚଳଚଞ୍ଚଳ କରାଇପାରେ ।
କର୍କଟ : ଭଲ କାର୍ଯ୍ୟ କରି ପ୍ରଶଂସିତ ହେବେ । ହସ, ଖୁସିରେ ସମୟ କଟାଇବେ । କାମରେ ଉତ୍ସାହିତ ହେବେ । ଅର୍ଥନୈତିକ ପ୍ରଗତି ମାନସିକ ସ୍ଥିତିକୁ ବହୁ ପରିମାଣରେ ବୃଦ୍ଧି କରିବ ।
ସିଂହ : ବ୍ୟବସାୟରେ କ୍ଷତି ହେବ । ଅର୍ଥହାନି, ପାରିବାରିକ ଝଗଡା, ପରିବହନରେ ସମସ୍ୟା, ବନ୍ଧୁମାନଙ୍କ ସହ ମତପାର୍ଥକ୍ୟ ସୃଷ୍ଟି କରିପାରେ । ଉନ୍ନତିର ମାର୍ଗ ମିଳିବ । କଳା, କ୍ରୀଡା, ସାହିତ୍ୟ, ସାମ୍ବାଦିକତା,ଏଜେନ୍ସି ଓ ସଭାସମିତିରେ ପ୍ରଶଂସିତ ହେବେ ।
କନ୍ୟା : ଆକସ୍ମିକ ଯାତ୍ରାରେ ପ୍ରତିବନ୍ଧକ ଦେଖା ଦେଇପାରେ । ଉନ୍ନତିର ମାର୍ଗ ମିଳିବ ।କର୍ମକ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ବ୍ୟବସାୟୀରେ ଅର୍ଥ ଲାଭ ହେବ ।
ତୁଳା : ବ୍ୟବସାୟୀରେ ପ୍ରଚୁର ଲାଭ ହେବ । ଆଜି ଆପଣ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି କର୍ମାରମ୍ଭ କଲେ ଭୁଲ୍ କରିବେ । ନିର୍ମାଣାଧୀନ କାମ, ଚୁକ୍ତିପତ୍ର, ବିବାଦୀୟ ଘଟଣା ଓ ଜମିଜମା କିଣା ବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ ।
ବିଛା : ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଚିନ୍ତାଧାରା ଉନ୍ନତ ହେବ । ଆଜି କିଛି କାମରେ ସନ୍ତୋଷ ପାଇବା ସଙ୍ଗକୁ କିଛି ବିରକ୍ତିକର ପରିସ୍ଥିତି ମଧ୍ୟ ସାମନାକୁ ଆସିବ । ବନ୍ଧୁଙ୍କ ପରାମର୍ଶରେ ପାରିବାରିକ ସମସ୍ୟା ସଜାଡିବାରେ ଯତ୍ନବାନ ହେବେ ।
ଧନୁ : ମନରେ ଗର୍ବ ଭାବ ଆସିବ । ବ୍ୟବସାୟୀରେ ଲାଭ ହେବ । ପ୍ରତ୍ୟେକ କଥାକୁ ସକାରାତ୍ମକ ଦୃଷ୍ଟିରୁ ବିଚାର କଲେ ଉପକୃତ ହେବେ । ବିରକ୍ତିଭାବ ଦୂରେଇଯିବ, ଧୈର୍ଯ୍ୟ ବୃଦ୍ଧି ପାଇବ, ଯାହି କି ଆଜି ପାଇଁ ତାହାର ଆବଶ୍ୟକତା ରହିଛି ।
ମକର : କର୍ମଜୀବିମାନେ ସ୍ୱକାର୍ଯ୍ୟ କରିବେ । ଆଜି ଆପଣ ଟିକିଏ ବିନୟର ସହ କହିଲେ ଯେ କେହି ଆପଣଙ୍କ ଠାରୁ କାମ ହାସଲ କରିନେବେ । ବ୍ୟବସାୟିକ ଦିଗଟି ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହିବ ନାହିଁ ।
କୁମ୍ଭ : କର୍ମଜୀବି ପ୍ରଶଂସିତ ହେବେ । କୌଣସି ପ୍ରତିବନ୍ଧକ ଆଜି ଆପଣଙ୍କ କାମକୁ ଅଟକାଇ ରଖିପାରିବ ନାହିଁ । ମୁଣ୍ଡ ଖେଳାଇ ନ ହେବା କାମକୁ ମଧ୍ୟ କରି ଦେଇପାରିବ । ଗୃହିଣୀମାନେ ପରକୁ ଆପଣାର କରିବେ ।
ମୀନ : କର୍ମଜୀବିମାନେ କାର୍ଯ୍ୟ ବ୍ୟସ୍ତ ରହିବେ । ବ୍ୟବସାୟୀରେ ବିଜୟୀ ହେବେ । ଆଜି ଆକସ୍ମିକ ଭାବେ ଜଣେ ବନ୍ଧୁଙ୍କ ସହ ଦେଖା ହୋଇଯିବ, ଯେ କି ଆଗାମୀ ସମୟରେ ଆପଣଙ୍କ କାମକୁ ଆସିବେ ।