‘ଅଟଳ ଟନେଲ୍’ : ଲେହ ସହ ମନାଲିକୁ ସଂଯୋଗ କରୁଥିବା ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ ଖୋଲିବା ପାଇଁ ପ୍ରସ୍ତୁତ
ମନାଲି : ୧୦ ହଜାର ଫୁଟରୁ ଅଧିକ ଉଚ୍ଚରେ ନିର୍ମିତ ପୃଥିବୀର ଦୀର୍ଘତମ ରାଜପଥ ସୁଡ଼ଙ୍ଗ ‘ଅଟଳ ଟନେଲ୍’ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଏହି ଦୀର୍ଘତମ ହାଇୱେ ଟନେଲ୍ ଲେହ ସହ ମନାଲିକୁ ସଂଯୋଗ କରୁଛି। ଏହି ଟନେଲ୍ କାର୍ଯ୍ୟ ୬ ବର୍ଷରେ ଶେଷ ହେବା ପାଇଁ ଧାର୍ଯ୍ୟ ହୋଇଥିଲେ ହେଁ ଏଥିପାଇଁ ୧୦ ବର୍ଷ ସମୟ ଲାଗିଛି । ଟନେଲ୍ର ପ୍ରତି ୬୦ ମିଟର ଅନ୍ତରରେ ସିସିଟିଭି କ୍ୟାମେରା ଏବଂ ୫୦୦ ମିଟରରେ ଏମରେଜେନ୍ସି ଏକ୍ଜିଟ୍ ଟନେଲ୍ ରହିଛି। ଟନେଲ୍ ଭିତରେ ୫ଟି ଅଗ୍ନିନିରୋଧକ ଯନ୍ତ୍ର (ହାଇଡ୍ରାଣ୍ଟ) ସ୍ଥାପନ କରାଯାଇଛି। ଟନେଲ୍ର ଚଉଡ଼ା ସାଢ଼େ ୧୦ ମିଟର। ଉଭୟ ପାର୍ଶ୍ୱରେ ୧ ଫୁଟ ଲେଖାଏଁ ଫୁଟ୍ପାଥ୍ ରହିଛି। ଏହି ଟନେଲ୍ ଦେଇ ମନାଲିରୁ ଲେହକୁ ଗଲେ ୪୬ କିଲୋମିଟର ରାସ୍ତା କମିବା ସହ ୪ ଘଣ୍ଟା ସମୟ ବଞ୍ଚିବ ବୋଲି ପୁରୁଷୋତ୍ତମ କହିଛନ୍ତି। ଅଟଳ ଟନେଲ୍ ପ୍ରୋଜେକ୍ଟର ଡାଇରେକ୍ଟର କର୍ଣ୍ଣେଲ୍ ପରୀକ୍ଷିତ ମେହେର କହିଛନ୍ତି, ଏହି ଟନେଲ୍ ତିଆରି ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଏହାକୁ ତିଆରି କରିବା ପାଇଁ ନିଯୁକ୍ତ ଟିମ୍ରେ ବହୁ ଅଭିଜ୍ଞ ଯନ୍ତ୍ରୀ ଥିଲେ।