ଶାଳୀକୁ ବିବାହ କରିବା ପାଇଁ ୪ ଝିଅଙ୍କୁ ହତ୍ୟା କଲା ବାପା

ଜୟପୁର,୧୯/୯ : ଶାଳୀଙ୍କୁ ବିବାହ କରିବା ପାଇଁ ୪ ଝିଅଙ୍କୁ ହତ୍ୟା କଲା ବାପା । ରାଜସ୍ଥାନର ବାଡ଼ମେରରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଅଭିଯୁକ୍ତ ବାପା ଚାରି ଝିଅଙ୍କୁ ବିଷ ଦେଇ ହତ୍ୟା କରିବା ପରେ ପାଣି ଟାଙ୍କିରେ ଫିଙ୍ଗିଦେଇଥିଲେ । ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତେବେ ପଡୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ଗିରଫ କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ସୂଚନା ମୁତାବକ ଅଭିଯୁକ୍ତ ବାପା ଜଣକ ତାଙ୍କ ଶାଳୀଙ୍କୁ ବିବାହ କରିବାକୁ ଚାଁହୁଥିଲେ । ଶାଳୀଙ୍କୁ ବିବାହ କରିବାକୁ ସେ ଯୋଜନା କରିଥିବାବେଳେ ୪ ଝିଅ ବାଧକ ସାଜିଥିଲେ । ଏହି କାରଣରୁ ଅଭିଯୁକ୍ତ ପୁରଖା ରାମ ୪ ଝିଅଙ୍କୁ ବିଷ ଦେଇ ହତ୍ୟା କରିଥିଲେ । ଏହା ପରେ ସେମାନଙ୍କୁ ଏକ ପାଣିଟାଙ୍କିରେ ଫିଙ୍ଗିଦେଇଥିଲେ ।

ହତ୍ୟା କରିବା ପରେ ରାମ ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ । ତେବେ ପୁଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ମୃତ୍ୟୁ ହୋଇଥିବା ଚାରି ଝିଅଙ୍କ ନାମ ଜିଓ (୯), ନୋଜି (୭), ହିନା (୩) ଏବଂ ଦେଢ଼ ବର୍ଷ ଲକ୍ଷ୍ମୀ ହୋଇଥିବାବେଳେ ସେମାନଙ୍କ ମା ଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା ।