ଆପ ଖେଳିଲା ବଡ ଗେମ : ଆତିଶୀ ହେଲେ ବିରୋଧୀ ଦଳ ନେତା

0

ନୂଆଦିଲ୍ଲୀ,୨୩/୦୨ : ଆଜି ଆମ ଆଦମୀ ପାର୍ଟି (ଆପ) ବିଧାୟକ ଦଳ ବୈଠକରେ ଆତିଶୀ ମରଲେନଙ୍କୁ ବିରୋଧୀ ଦଳ ନେତା ଭାବରେ ର୍ନିବାଚିତ କରିଛିି। ତେବେ ଦିଲ୍ଲୀର ପୂର୍ବତନ ବିଧାୟକ ଆତିଶୀଙ୍କୁ ବିରୋଧୀ ଦଳ ନେତା ଭାବେ ବାଛିବା ପଛରେ କ’ଣ କାରଣ ରହିଛି । ଆମ ଆଦମୀ ପାର୍ଟିର ରାଜ୍ୟ ସଭାପତି ଗୋପାଳ ରାୟ କହିଛନ୍ତି ଯେ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ର୍ନିବାଚିତ ହୋଇଛନ୍ତି। ଆତିଶୀଙ୍କୁ ସର୍ବସମ୍ମତିକ୍ରମେ ଆମ ଆଦମୀ ପାର୍ଟି ବିଧାୟକ ଦଳର ନେତା ଭାବରେ ର୍ନିବାଚିତ କରାଯାଇଛି। ସଞ୍ଜୀବ ଝା ଆତିଶୀଙ୍କ ନାମ ପ୍ରସ୍ତାବ କରିଥିଲେ ଏବଂ ସମସ୍ତ ବିଧାୟକଙ୍କ ମତାମତ ନିଆଯାଇଥିଲା, ଯାହା ପରେ ଆତିଶୀଙ୍କୁ ସର୍ବସମ୍ମତିକ୍ରମେ ବିରୋଧୀ ଦଳ ନେତା ଭାବରେ ର୍ନିବାଚିତ କରାଯାଇଥିଲା।

ବିରୋଧୀ ଦଳ ନେତା ପଦ ପାଇଁ ଆତିଶୀଙ୍କ ନାମ ପ୍ରସ୍ତାବ ଦେଇଥିବା ବିଧାୟକ ହେଉଛନ୍ତି ସଞ୍ଜୀବ ଝା। ସେ ବିହାରର ମୁଧବାନିର ବାସିନ୍ଦା ଏବଂ ଦିଲ୍ଲୀର ବୁରାରି ଆସନରୁ ଜିତିଛନ୍ତି। ଏହି ଆସନରୁ ସେ ଚତୁର୍ଥ ଥର ପାଇଁ ଜିତିଛନ୍ତି। ସେ ଏହି ଆସନରୁ ଭାଜପାକୁ ପରାସ୍ତ କରିନାହାଁନ୍ତି ବରଂ ଏନଡିଏରେ ତାଙ୍କର ସହଯୋଗୀ ଜେଡିୟୁର ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ସଞ୍ଜୀବ ଝା ଜନତା ଦଳ (ୟୁନାଇଟେଡ)ର ଶୈଳେନ୍ଦ୍ର କୁମାରଙ୍କୁ 20,601 ଭୋଟରେ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି। ୨୦୨୦ ବିଧାନସଭା ର୍ନିବାଚନରେ, ଆପର ସଞ୍ଜୀବ ଝା ୮୮୧୫୮ ଭୋଟରେ ବିଜୟୀ ହୋଇଥିଲେ ଏବଂ ଜେଡି(ୟୁ)ର ଶୈଳେନ୍ଦ୍ର କୁମାର ୫୧୪୪୦ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ଥିଲେ।

Leave A Reply

Your email address will not be published.