ବୌଦ୍ଧ,୨୮/୪ :(ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରସଂକୁଳେଇ ଠାରେ ଚାଲିଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁର ନିର୍ମାଣ କାର୍ଯ୍ୟ ର ତଦାରଖ କଲେ ମାନ୍ୟବର ପୂର୍ତ୍ତ ଓ କୋଠାବାଡି ମନ୍ତୀ ପ୍ରଫୁଲ୍ଲ ମଲିକ, ପହଁଚି ଦାୟିତ୍ବ ରେ ଥିବା ଠିକା ସଂସ୍ଥାର କର୍ମଚାରୀଙ୍କ ସହ ଆଲୋଚନା କରିବାସହ ଅଧପାନ୍ତିରିଆ ଥିବା ସେତୁ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହି ପରିଦର୍ଶନ ବେଳେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ, ମାନ୍ୟବର ଆଠମଲ୍ଲିକ ବିଧାୟକ ରମେଶ ସାଏ ମଧ୍ୟ ପରିଦର୍ଶନ ଯାଇ ସେତୁ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏଥିରେ ବୌଦ୍ଧ ଜିଲ୍ଲା ର ପୂର୍ତ୍ତ ବିଭାଗର ସମସ୍ତ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ ।