କେନ୍ଦ୍ରାପଡା,୩ /୬ : କେନ୍ଦ୍ରାପଡା ଜିଲ୍ଲାରେ ଦିନକୁ ଦିନ ନକଲି ଡାକ୍ତରଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଉଛି l ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭାବରୁ ଜିଲ୍ଲାର କେତେକ ଉପକୂଳ ବ୍ଲକ ଅଂଚଳରେ ନକଲି ଡାକ୍ତରଙ୍କ ଚିକିତ୍ସା ରୋଗୀଙ୍କ ପାଇଁ ଘାତକ ପାଲଟୁ ଥିବାର ନଜିର ରହିଛି l ଆଉ କେଉଁ ସମୟରେ ଗାଁ ଗଣ୍ଡାରେ ଅନଭିଜ୍ଞ କ୍ଵାକ ମାନଙ୍କ ଚିକିତ୍ସା ରୋଗୀଙ୍କୁ ଗୁରୁତର କରିପକାଉଛି l ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନରେ ଅବହେଳା ଓ ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ହିଁ ଏସବୁର ମୁଳକାରଣ ବୋଲି ଜଣାପଡିଛି l ଏହିଭାବେ ଆଳି ବ୍ଲକ ବଡ଼ମ୍ବିଳା ଗ୍ରାମର ଦୀପକ ନାମକ ଯୁବକ ରାତ୍ରି ୧୧.୩୦ ମିନିଟ ସମୟରେ, ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ନକଲି ଡାକ୍ତର ଭୂମିକାରେ ପ୍ରବେଶ କରିଥିଲେ l ମେଡିକାଲ କର୍ତ୍ତୃପକ୍ଷଙ୍କ ହୁଗୁଳା ସୁରକ୍ଷା ବ୍ୟବସ୍ଥା ନା ମେଡିକାଲରେ ରାତ୍ରିରେ ଡିଉଟିରେ ଥିବା କର୍ମଚାରୀଙ୍କ ଅଣଦେଖାରୁ ଏପରି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ ହେଉଛି l
ଉଲ୍ଲେଖ ଥାଉକି ମେଡିକାଲ ୱାର୍ଡରେ ଥିବା ଜଣେ ମହିଳା ରୋଗୀଙ୍କୁ ଚେକ ଅପ କରିବା ନାଁରେ ସମ୍ବେଦନଶୀଳ ଅଙ୍ଗ ଗୁଡିକ ସ୍ପର୍ଶ କରିଥିଲେ l ଡାକ୍ତରଙ୍କ ଏତାଦୃଶ୍ୟ ଆଚରଣରେ ସନ୍ଦେହ ଆସିବାରୁ ମହିଳା ଜଣକ ବିରୋଧ କରିବା ସହିତ ଅଭିଯୋଗ ଆଣିଥିଲେ l ପରବର୍ତ୍ତୀ ସମୟରେ ମେଡିକାଲ ସିସି ଟିଭି ଫୁଟେଜ ଯାଞ୍ଜ କରି ନକଲି ଡାକ୍ତର ନାମ୍ନୀ ଯୁବକଙ୍କୁ ଆଳି ପୋଲିସ ଗିରଫ କରିବା ସହିତ ୧୬୫ /୨୧ ନମ୍ବର ଯୋଗେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିବାର ଜଣାପଡିଛି l ଦେଖିବାକୁ ବାକି ରହିଲା ମହିଳାଙ୍କୁ କେବେ ଓ କି ପ୍ରକାର ନ୍ୟାୟ ପ୍ରଦାନ କରୁଛି l