ନୂଆଦିଲ୍ଲୀ, ୦୭/୧୦ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଅଷ୍ଟ୍ରେଲିଆ ଉଭୟ ସିରିଜ୍ ପାଇଁ ତାର ଦଳ ଘୋଷଣା କରିଛି। କେବଳ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଟି-୨୦ ଦଳ ଘୋଷଣା କରାଯାଇଛି। ବିସିସିଆଇ ଅକ୍ଟୋବର ୪ ତାରିଖରେ ଏହି ଦୁଇଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା।
ଏକ ଦିବସୀୟ ଦଳ: ମିଚେଲ ମାର୍ଶ (ଅଧିନାୟକ), ଜାଭିୟର ବାର୍ଟଲେଟ୍, ଆଲେକ୍ସ କ୍ୟାରି, କୁପର କନୋଲି, ବେନ୍ ଦ୍ୱାରସିସ୍, ନାଥନ୍ ଏଲିସ୍, କାମେରନ୍ ଗ୍ରୀନ୍, ଜୋଶ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍, ମିଚେଲ ଓୱେନ୍, ମାଥ୍ୟୁ ରେନଶା, ମାଥ୍ୟୁ ସର୍ଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା
ଟି-୨୦ ଦଳ (ପ୍ରଥମ ଦୁଇଟି ମ୍ୟାଚ୍): ମିଚେଲ ମାର୍ଶ (ଅଧିନାୟକ), ସିଆନ୍ ଆବୋଟ୍, ଜାଭିୟର ବାର୍ଟଲେଟ୍, ଟିମ୍ ଡେଭିଡ୍, ବେନ୍ ଦ୍ୱାରସିସ୍, ନାଥନ୍ ଏଲିସ୍, ଜୋଶ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍, ମାଥ୍ୟୁ କୁହ୍ନେମାନ, ମିଚେଲ ଓୱେନ୍, ମାଥ୍ୟୁ ସର୍ଟ, ମାର୍କସ୍ ଷ୍ଟୋଇନିସ୍, ଆଡାମ୍ ଜାମ୍ପା
