ମହିଳା ଦିନିକିଆ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ, ୧୭/୧୦ : ମହିଳା ଦିନିକିଆ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲକୁ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ୧୬ତମ ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ୧୦ ୱିକେଟରେ ବାଂଲାଦେଶକୁ ହରାଇ ପ୍ରଥମ ସ୍ଥାନ ଅଧିକାର କରିଛି । ଏହାସହିତ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଅଷ୍ଟ୍ରେଲିଆ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯ ୱିକେଟ୍ ବିନିମୟରେ ୧୯୮ ରନ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୨୪.୫ ଓଭରରେ କୌଣସି ୱିକେଟ୍ ନ ହରାଇ ୨୦୨ ରନ କରି ବିଜୟୀ ହୋଇଥିଲା । ୧୮ ରନ ପ୍ରଦାନ କରି ୨ଟି ୱିକେଟ୍ ନେଇଥିବା ଆଲାନା କିଙ୍ଗ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ୫ଟି ମ୍ୟାଚରୁ ୪ବିଜୟ ସହ ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ମୋଟ୍ ୯ ପଏଣ୍ଟ ହାସଲ କରିଛି । ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୧୯୮ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆସଲି ଗାର୍ଡନର, ଆନାବେଲ ସୁଦରଲାଣ୍ଡ, ଆଲାନା କିଙ୍ଗ ଓ ଜର୍ଜିୟା ୱାରେହାମ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

SBI_Festive_Digital Billboard