ଆଡିଲେଡ୍, ୧୯/୧୨ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଅଷ୍ଟ୍ରେଲିଆ ୮ ଉଇକେଟରେ ଜିତିନେଇଛି । ଏହା ସହ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ଜୋ ବର୍ନସ୍ ଛକା ମାରି ନିଜ ଦଳକୁ ବିଜୟ ଦେବା ସହିତ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହାପୂର୍ବରୁ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନ୍ କରିବାରେ ସକ୍ଷମ ହୋଇଥିଲା ଯାହା ଟେଷ୍ଟରେ ଭାରତର ସର୍ବନିମ୍ନ ସ୍କୋର।
ଅଷ୍ଟ୍ରେଲିଆ ବୋଲର ଜୋଶ୍ ହାଜେଲଉଡ୍ ଏବଂ ପ୍ୟାଟ କ୍ୟୁମିନ୍ସଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଭାରତୀୟ ଟିମ୍ ଧରାଶାୟୀ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ୍ ୨ ଅଙ୍କ ଛୁଇଁ ପାରି ନଥିବାବେଳେ ମୟଙ୍କ ଅଗ୍ରୱାଲ ସର୍ବାଧିକ ୯ ରନ୍ କରିବାରେ ସକ୍ଷମ ହୋଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍ ୫ଟି ଏବଂ କ୍ୟୁମିନ୍ସ ୪ଟି ଉଇକେଟ୍ ନେବାରେ ସଫଳ ହୋଇଛନ୍ତି।
ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ମାତ୍ର ୨ ଓ୍ୱିକେଟ ହରାଇ ପ୍ରଥମ ଟେଷ୍ଟ୍ ଜିତିଛି । ଦଳ ପକ୍ଷରୁ ଜୋଏ ବର୍ଣ୍ଣସ ସର୍ବାଧିକ ୫୧ ରନ୍ କରିଥିବା ବେଳେ ମାଥ୍ୟୁ ଓ୍ୱାଡେ ୩୩, ମାମ୍ୟୁସ ଲାବୁସେନ ୬ ରନ୍ କରିଥିଲେ ।