ହୃଦ୍‌ଘାତର ଆଶଙ୍କା କମାଏ ଆଭୋକାଡୋ : ଜାଣନ୍ତୁ ଏହାର ଅନ୍ୟ ଫାଇଦା

0

ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ଆହାର ଜରୁରି । ସେଥିପାଇଁ ଖାଦ୍ୟରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବାକୁ ସାମିଲ୍‌ କରିବାକୁ କୁହାଯାଇଥାଏ । ପ୍ରତ୍ୟେକ ଫଳର କିଛି ନା କିଛି ବିଶେଷତ୍ୱ ରହିଥାଏ, ଯଦ୍ୱାରା ଏହା ଲୋକଙ୍କର ପସନ୍ଦିଆ ଫଳ ହୋଇଥାଏ । ସେମିତି ଏକ ଫଳ ହେଉଛି ଆଭୋକାଡୋ, ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏହା ପାଚନ ତନ୍ତ୍ରଠାରୁ ଆରମ୍ଭ କରି ମଧୁମେହ ଓ ହୃଦ୍‌ଘାତ ତଥା ମସ୍ତିଷ୍କ ପାଇଁ ମଧ୍ୟ ବେଶ ଉପକାରୀ ।

ଆସନ୍ତୁ ଜାଣିବା ଆଭୋକାଡୋରୁ ଶରୀରକୁ କି ଲାଭ ମିଳିଥାଏ ।

ହୃଦୟକୁ ସୁସ୍ଥ ରଖେ : ଆଭୋକାଡୋ ଲିପଡ୍‌ ପ୍ରୋଫାଇଲ୍‌ରେ ସୁଧାର ଆଣିବା ସହ ହୃଦୟକୁ ସୁରକ୍ଷାତ୍ମକ ବଳୟ ଦେଇଥାଏ । ନିୟମିତ ୫ ସପ୍ତାହ ଆଭୋକାଡୋ ଖାଇବା ଦ୍ୱାରା ବଢିଥିବା ଲିପିଡ୍‌ ପ୍ରୋଫାଇଲ୍‌ ସ୍ତରକୁ କମ୍‌ କରାଯାଇପାରେ । ଟ୍ରାଇଗ୍ଲିସରାଇଡସ୍‌ ଏବଂ ଏଲ୍‌ଡିଏଲ୍‌କୁ କମ୍‌ କରି ଏଚ୍‌ଡିଏଲ୍‌କୁ ବଢାଇଥାଏ ।

ଶର୍କରାସ୍ତରକୁ ନିୟନ୍ତ୍ରିତ ରଖେ : ଡାଏଟ୍‌ରେ ଆଭୋକାଡୋକୁ ସାମିଲ୍‌ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଅଧିକ ବଢି ନଥାଏ । ଦିନକୁ ଅଧା ଆଭୋକାଡୋ ଖାଇବା ଦ୍ୱାରା ଶର୍କରାର ବୃଦ୍ଧିକୁ ରୋକା ଯାଇପାରିବ । ନିୟମିତ ଖାଇବା ଦ୍ୱାରା ଏହା ପେଟର ଚର୍ବି ଓ ଅନ୍ତନଳୀରେ ଜମୁଥିବା ଚର୍ବିକୁ ମଧ୍ୟ କମ୍‌ କରିଥାଏ । ଅନ୍ତନଳୀରେ ଜମୁଥିବା ଚର୍ବି ମଧୁମେହର କାରଣ ସାଜିଥାଏ ।

ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ଦୂରାଏ : ଅନ୍ୟାନ୍ୟ ସମସ୍ତ ଖାଦ୍ୟ ଅପେକ୍ଷା ଆଭୋକାଡୋ ଅଧିକ ଆଣ୍ଟି ଅକ୍ସିଡାଣ୍ଟ ଅବଶୋଷଣ କରିଥାଏ । ଆଭୋକାଡ୍‌ ସହ ଟମାଟୋ ସସ୍‌ ଓ ଗାଇଜର ମିଶାଇ ଖାଇବା ଦ୍ୱାରା ଭିଟାମିନ୍‌ ଏ’ର ଅବଶୋଷଣ ବଢିଥାଏ, ଯାହା ଚର୍ମ, ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ପାଇଁ ମହତ୍ତ୍ୱପୂର୍ଣ୍ଣ ।

ସୁଧାର ଆଣେ ପାଚନ ତନ୍ତ୍ରରେ : ଏହା ପାଚନ ତନ୍ତ୍ରରେ ସୁଧାର ଆଣିଥାଏ । ଏକ ସୁସ୍ଥ ଅନ୍ତନଳୀ ମାଇକ୍ରୋବାୟୋମ୍‌ ପ୍ରତିରୋଧ କାର୍ଯ୍ୟକୁ ମଜଭୁତ୍‌ କରିଥାଏ । ପୁରୁଣା ରୋଗରୁ ମଧ୍ୟ ଆଶ୍ୱସ୍ତି ଦେଇଥାଏ ।

ମସ୍ତିଷ୍କର କ୍ରିୟାକଳାପ ବଢାଏ : ବୟସ୍କ ଲୋକମାନେ ଡାଏଟ୍‌ରେ ଆଭୋକାଡୋ ସାମିଲ୍‌ କରିବା ଦ୍ୱାରା ସ୍ମରଣଶକ୍ତିରେ ସୁଧାର ଆସିଥାଏ ।

Leave A Reply

Your email address will not be published.