ଅଗ୍ନିଙ୍କୁ ସାକ୍ଷୀ ରଖି ପ୍ରେମିକା ମେହାଙ୍କୁ ବିବାହ କଲେ Axar Patel: ସାମ୍ନାକୁ ଆସିଲା Video

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅକ୍ଷର ତାଙ୍କ ପ୍ରେମିକା ମେହା ପଟେଲଙ୍କୁ ବିବାହ କରିଛନ୍ତି। ଗତ ବର୍ଷ ସେମାନଙ୍କର ନିର୍ବନ୍ଧ ହୋଇଥିବା ବେ‌ଳେ ଏବେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅକ୍ଷରଙ୍କ ପତ୍ନୀ ମେହା ଜଣେ ସୋସିଆଲ୍‌ ମିଡିଆ ଷ୍ଟାର୍‌। ସେ ସୋସିଆଲ୍‌ ମିଡିଆରେ ରିଲ୍ସ ବନାଇ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି।

ଜାଣିବାକୁ ମିଳିଛି ଯେ ଅକ୍ଷରଙ୍କ ବିବାହ ଜାନୁଆରି ୨୬ ତାରିଖ, ଅର୍ଥାତ ଗତକାଲି ଗୁଜୁରାଟର ବଡ଼ୋଦରାରେ ହୋଇଛି। ଏହି ବିବାହ‌ ଉତ୍ସବରେ ଜୟଦେବ ଉନାଦକଟଙ୍କ ସମେତ ଅନ୍ୟ କ୍ରିକେଟର୍‌ ବି ସାମିଲ୍‌ ଥିଲେ। ଉନାଦକଟ ସେମାନଙ୍କ ମେହନ୍ଦେୀ ଉତ୍ସବର କିଛି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏଥିରେ ଅକ୍ଷର ଏବଂ ମେହା ବି ନଜର ଆସିଛନ୍ତି।

ଏହା ମଧ୍ୟରେ ଅକ୍ଷରଙ୍କ ବରଯାତ୍ରୀର ଭିଡିଓ ବି ଦେଖିବାକୁ ମିଳି ସାରିଲାଣି। ବର ବନିଥିବା ଅକ୍ଷର କାର୍‌ରେ ବରଯାତ୍ରୀ ନେଇ ବାହାରୁଥିବାର ଦେଖିବାକୁ ମିଳିଛି। ଏହାଛଡ଼ା ସେ ନିଜ ପରିବାର ଲୋକଙ୍କ ସହ ବି ନଜର ଆସିଛନ୍ତି। ଅକ୍ଷର ଏବଂ ମେହାଙ୍କର ମେହେନ୍ଦୀ ସହ ହଳଦୀ ଉତ୍ସବ ବି ହୋଇଛି। ଯାହାର କିଛି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

SBI AD