ଆଜି ଲଞ୍ଚ ହେବ ଆକ୍ସିଅମ୍ -୪ ମିସନ : ମହାକାଶଚାରୀ ଭାବେ ISSକୁ ଯିବେ ଶୁଭାଂଶୁ ଶୁକ୍ଲା

0

ନୂଆଦିଲ୍ଲୀ, ୨୫/୦୬ : ଆଜି ଲଞ୍ଚ ହେବ ଆକ୍ସିଅମ୍ -୪ ମିସନ । ଭାରତୀୟ ସମୟ ଦିନ ୧୨ଟା ୧ ମିନିଟରେ ସ୍ପେସ ଏକ୍ସ ଫାଲକନ ୯ ରକେଟର ଉତକ୍ଷେପଣ କରାଯିବ । ଆସନ୍ତାକାଲି ଅପରାହ୍ଣ ୪ଟା ୩୦ରେ ଡକିଂ ପାଇଁ ଟାର୍ଗେଟ ରଖାଯାଇଛି । ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISSକୁ ଯାଇ ଇତିହାସ ରଚିବେ ଭାରତୀୟ ମହାକାଶଚାରୀ ତଥା ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା । ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି । ୧୪ ଦିନିଆ ମିଶନ ସମୟରେ ମହାକାଶଚାରୀ ISSରେ ବିଶ୍ୱବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ । ୧୯୮୫ ଅକ୍ଟୋବର ୧୦ରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ ଶୁଭାଂଶୁ । ସେ ଜଣେ ଅଭିଜ୍ଞ ଟେଷ୍ଟ ପାଇଲଟ ଏବଂ ISROର ଗଗନଯାନ ମିଶନ ପାଇଁ ଚୟନ କରାଯାଇଥିବା ଚାରି ଜଣ ମହାକାଶଚାରୀଙ୍କ ମଧ୍ୟରୁ ଜଣେ । ଶୁଭାଂଶୁଙ୍କର ୨ହଜାର ଘଣ୍ଟାରୁ ଅଧିକ ଉଡାଣ ଅଭିଜ୍ଞତା ରହିଛି । ୪୦ ବର୍ଷ ପରେ ଶୁଭାଂଶୁଙ୍କ ଏହା ଦ୍ବିତୀୟ ମାନବ ମହାକାଶ ଅଭିଯାନ । ପ୍ରଥମେ ମେ ୨୯ରେ ଆକ୍ସିଅମ-୪ ମିଶନ ପାଇଁ ଧାର୍ଯ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ ମିଶନ ଉତକ୍ଷେପଣକୁ ବିଭିନ୍ନ ସମୟରେ ଘୁଞ୍ଚାଯାଇଥିଲା ।

Leave A Reply

Your email address will not be published.