କେନ୍ଦ୍ରାପଡ଼ା,୨୧/୮: କେନ୍ଦ୍ରାପଡାର ହେବ ବିକାଶ । ମହାକାଳପଡାରେ ୫୦ହଜାର କୋଟି ଟଙ୍କା ବିନିମୟରେ ଆର୍ସଲେ ମିତଲ ନିପନ ଗ୍ରୁପ ପ୍ରତିଷ୍ଠା କରିବ ବୃହତ ଇସ୍ପାତ କାରଖାନା । ଆଜି କମ୍ପାନୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତଲ ପାରଦ୍ବିପ ବନ୍ଦରରୁ ମହାନଦୀରେ ସ୍ବତନ୍ତ୍ର ବୋଟ ଯୋଗେ ଜଳପଥରେ ଆସି ପ୍ରସ୍ତାବିତ ଅଂଚଳ ବଡ ଟୁବି, ସାନ ଟୁବି, ନିପାଣିଆ ଅଂଚଳ ବୁଲି ଦେଖିଛନ୍ତି । ମହାକାଳପଡା ଅଂଚଳକୁ ଲକ୍ଷ୍ମୀ ମିତଲଙ୍କ ଗ୍ରସ୍ତ ପରେ କେନ୍ଦ୍ରାପଡାରେ ଶିଳ୍ପ ବିକାଶର ଆଶା ସଂଚାର କରିଛି ।
ମୋଗା ଇସ୍ପାତ କାରଖାନା ପାଇଁ ମାର୍ଚ ୪ ତାରିଖ ଦିନ ରାଜ୍ୟ ସରକାରଙ୍କ ସହିତ ଏମୟୁ ସ୍ବାକ୍ଷର ହୋଇଥିଲା । ଏହି କାରାଖାନରେ ୫୦ହଜାର କୋଟି ଟଙ୍କାର ପୁଂଜି ନିବେଶ ହେବ । କାରଖାନା ପ୍ରତିଷ୍ଠା ହଲେ ବର୍ଷିକ ୧୨ ଏମଟିପିଏ ମିଲିଅନ ଟନ ଉତ୍ପାଦନ ହେବ । ମହାକାଳପଡା ବ୍ଲକର ବତିଘର ପଂଚାୟତର ବଡ ଟୁବି, ସାନ ଟୁବି, ନିପାଣିଆ ଅଂଚଳରେ ୬ ରୁ ୭ ହଜାର ଏକର ଜମି ଆବଶ୍ୟକ ରହିଛି । ଏହି ଅଂଚଳରେ ବିଶେଷ ଭାବରେ ସରକାରି ଓ ଜଙ୍ଗଲ କିଷମ ଜମି ରହିଛି । ଶିଳ୍ପ କାରଖାନା ପ୍ରତିଷ୍ଠା ହଲେ ପାରଦ୍ବିପ ବନ୍ଦର ଉପରେ ନିର୍ଭର କରିବା ସହଜ ହେବ । ପରେକ୍ଷ ଓ ପ୍ରତେକ୍ଷ୍ୟ ଭାବେ ଅନେକ ଯୁବକ ଯୁବତୀ ନିଯୁକ୍ତିର ସୁଯୋଗ ପାଇବେ ।