ଭୁବନେଶ୍ୱର, ୦୫/୦୮ : ବବିତା ପାତ୍ରଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଦୀର୍ଘ ୫ ମାସ ଧରି ଖାଲି ପଡ଼ିଥିଲା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ପଦବୀ । ମନ୍ଦାକିନୀ କରଙ୍କୁ ବରଖାସ୍ତ କରିବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ବର୍ତ୍ତମାନ ଅଧ୍ୟକ୍ଷ ଭାବେ ବବିତା ପାତ୍ରଙ୍କୁ ନିଯୁକ୍ତି ମିଳିଛି । ବବିତାଙ୍କ ସହ ୬ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହି ୬ ଜଣ ସଦସ୍ୟ ହେଲେ ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ ସଦସ୍ୟ ନିଯୁକ୍ତ -କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ, ସୁଜାତା ନାୟକ