ନୂଆଦିଲ୍ଲୀ,୩୧/୭ : ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ରାଜନୀତିରୁ ସନ୍ୟାସ ନେଉଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସମାଜ ସେବା କରିବାକୁ ସେ ରାଜନୀତିରେ ଯୋଗ ଦେଇଥିଲେ । ଏବେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଉ ରାଜନୀତିରେ ରହିବା ଆବଶ୍ୟକ ନୁହେଁ । ତେବେ ରାଜନୀତି ଛାଡିବା ନେଇ ବାବୁଲ ସୁପ୍ରିୟ କିଛି ନିର୍ଦ୍ଧିଷ୍ଟ କାରଣ କହିନାହାନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୧୪ ରେ ବିଜେପିରେ ଯୋଗଦେଇ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ବାବୁଲ ସୁପ୍ରିୟ। ସେ ବିଜେପି ଟିକେଟରୁ ଆସାନସୋଲ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ୨ ଥର ସାଂସଦ ଭାବେ ବିଜୟୀ ହୋଇଥିଲେ । ଏହା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ ।