କଟକ,୯/୪ : କଟକି ଦହିବରାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ପ୍ରୟାସ। ଦୁବାଇରେ ହେଵାକୁ ଥିବା ଭିଲେଜ୍ ଫୁଡ୍ ଫେଷ୍ଟିଭାଲରେ ଯୋଗ ଦେଵା ପାଇଁ ନିମନ୍ତ୍ରଣ ପାଇଛନ୍ତି କଟକର ଵାଵୁଲା ଦହିଵରା ଵାଲା। କଟକ ତଥା ରାଜ୍ୟରେ ଵାଵୁଲା ଦହିଵରା ଭାବେ ପରିଚିତ ଏହି ଦହିଵରା ଵ୍ୟଵସାୟୀ ପୂର୍ବରୁ ଦିଲ୍ଲୀ ଷ୍ଟ୍ରିଟ ଫୁଡ ଫେଷ୍ଟିଭାଲ ଓ ନିକଟରେ ଦିଲ୍ଲୀରେ ଆୟୋଜିତ ‘ଓଡିଶା ଉତ୍ସଵରେ’ କଟକ ଦହିଵରା ପରସି ଉଚ୍ଚ ପ୍ରଶଂସିତ ହେଵା ସହ ସମ୍ମାନୀତ ମଧ୍ୟ ହୋଇଛନ୍ତି।
ଦୁବାଇ ଯିବ କଟକ ଦହିଵରା। ଆସନ୍ତା ଅଗଷ୍ଟ ମାସରେ ଦୁଵାଇରେ ହେଵାକୁ ଥିବା ଭିଲେଜ୍ ଫୁଡ୍ ଫେଷ୍ଟିଭାଲରେ ଯୋଗ ଦେଵା ପାଇଁ ନିମନ୍ତ୍ରଣ ପାଇଛନ୍ତି କଟକର ଦହିଵରା କାରିଗର ପ୍ରଦୀପ୍ତ କୁମାର ସାହୁ ,ଯିଏକି ଵାଵୁଲା ଦହିଵରା ନାଁରେ କଟକ ତଥା ରାଜ୍ୟରେ ଵେଶ୍ ପରିଚିତ। ଭୁଵନେଶ୍ବରର ଦହିଵରା ଏକ୍ସପ୍ରେସ ନାମକ ଏକ ସଂସ୍ଥା ଦୁଵାଇ ଫୁଡ ଫେଷ୍ଟରେ ଯୋଗ ଦେଵା ପାଇଁ ଵାଵୁଲାଙ୍କ ନାଁ ସୁପାରିଶ କରିଛି। ଵାଵୁଲା ଦହିଵରା ଏହା ପୂର୍ବରୁ ଦିଲ୍ଲୀ ଷ୍ଟ୍ରିଟ ଫୁଡ ଫେଷ୍ଟିଭାଲରେ ପ୍ରଥମ ସ୍ଥାନ ହାସଲ କରି ଜାତୀୟ ସ୍ତରରେ କଟକି ଦହିଵରାର ଆଦୃତି ଵଢାଇଥିଲେ।ସେହିପରି ନିକଟରେ ‘ଉତ୍କଳ ଦିବସ’ ଅବସରରେ ଦିଲ୍ଲୀରେ ଆୟୋଜିତ ଓଡିଶା ଉତ୍ସଵରେ କଟକି ଦହିଵରା ପରସି ଵେଶ୍ ପ୍ରଶଂସା ସାଉଁଟିଛନ୍ତି ଵାଵୁଲା।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଵାଵୁଲାଙ୍କ ଦହିଵରା ଖାଇ ଖୁଵ୍ ପ୍ରଶଂସା କରିଛନ୍ତି।କଟକ ଦହିଵରାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ସୁଯୋଗ ମିଳିଥିଵାରୁ ଵାଵୁଲା ଵେଶ୍ ଖୁସି।
