ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ସବୁଠୁ ବଡ଼ କାରଣ ବ୍ୟାକ୍ଟେରିଆ

ଆମର ଚାରିପଟେ ଏମିତି କି ଆମ ଶରୀରରେ ମଧ୍ୟ ଏପରି କିଛି ଛୋଟ ଛୋଟ ଜୀବ ଅଛନ୍ତି, ଯାହାକୁ ଆମେ ଆକ୍ଟେରିଆ କହିଥାଉ । ଏହା ଏତେ କ୍ଷୁଦ୍ର ଯେ ଖାଲି ଆଖିରେ ଦେଖା ଯାଆନ୍ତି ନାହିଁ । କିଛି ବ୍ୟାକ୍ଟେରିଆ ଉପକାରୀ ବି ହୋଇଥାନ୍ତି, ଆଉ କିଛି ବିପଜ୍ଜନକ ବି, କିନ୍ତୁ କିଛି ଏମିତି ବି ହୋଇଥାନ୍ତି, ଯାହା ଜୀବନ ନେଇଯାନ୍ତି । ସାଇନ୍ସ ଜର୍ନାଲ ଲାନ୍ସଟେ ଏମିତି ହିଁ ୫ ବ୍ୟାକ୍ଟେରିଆ ନାମ କହିଛନ୍ତି, ଯାହା ୨୦୧୯ରେ ଭାରତ ହିଁ ନୁହେଁ, ସାରା ବିଶ୍ୱରେ ହତ୍ୟାକାରୀ ଭାବେ ଉଭା ହୋଇଛି ।

ଏହି ବ୍ୟାକ୍ଟେରିଆ ସାରା ବିଶ୍ୱରେ ୧.୩୭ କୋଟିରୁ ଅଧିକ ଲୋକଙ୍କ ଜୀବନ ନେଇଯାଇଛି । ଏଥିରୁ ୭୭ ଲକ୍ଷରୁ ଅଧିକ ମୃତ୍ୟୁର କାରଣ ୩୩ ଭାକ୍ଟେରିଆ ଏବଂ ଏଥିରୁ ମଧ୍ୟ ୫୫ ପ୍ରତିଶତ ମୃତ୍ୟୁର କାରଣ କେବଳ ୫ ବ୍ୟାକ୍ଟେରିଆ । ଯେଉଁ ୫ଟି ବ୍ୟାକ୍ଟେରିଆ ସବୁଠୁ ଅଧିକ ପ୍ରାଣଘାତୀ ସେଗୁଡ଼ିକ ହେଲେ ଇ.କୋଲାଇ, ଏସ.ନିମୋନିଆ, କେ. ନିମୋନିଆ, ଏସ୍. ଅରିୟସ୍ ଓ ଏ.ବୌମାନି । ଏହି ଅଧ୍ୟୟନ ପାଇଁ ୨୦୪ ଟି ଦେଶରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ରିସର୍ଚ୍ଚରେ ୩୪ କୋଟିରୁ ଅଧିକ ମୃତ୍ୟୁର ରିପୋର୍ଟ କରିଥିଲା ଏବଂ ଏଥିରୁ ବ୍ୟାକ୍ଟେରିଆରୁ ହେବାକୁ ଥିବା ମୃତ୍ୟୁକୁ ଅଲଗା କରିଥିଲା ।

ଲାନ୍ସଟେ ନିଜର ଅଧ୍ୟୟନରେ କହିଛି ଯେ, ୨୦୧୯ରେ ଏହି ୫ଟି ବ୍ୟାକ୍ଟେରିଆ ଭାରତରେ ୬.୭୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି । ଅର୍ଥାତ୍ ପ୍ରତିଦିନ ୧,୮୬୦ ଓ ପ୍ରତି ଘଣ୍ଟଟା ୭୭ ଲୋକଙ୍କ ମୃତ୍ୟୁ ହୋଇଛି । ଲାନ୍ସଟେ ମୁତାବିକ ଏହି ୫ଟି ବ୍ୟାକ୍ଟେରିଆ ମଧ୍ୟରୁ ଇ.କୋଲାଇ ସବୁଠୁ ଅଧିକ ପ୍ରାଣଘାତୀ ବ୍ୟାକ୍ଟେରିଆ ସାବ୍ୟସ୍ତ ହୋଇଛି । ଏହି ବ୍ୟାକ୍ଟେରିଆରେ ଭାରତରେ ୨୦୧୯ରେ ୧.୫୭ ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥିଲା । ଉକ୍ତ ଅଧ୍ୟୟନରେ କୁହାଯାଇଛି କି ସାରା ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ସବୁଠୁ ବଡ଼ କାରଣ ବ୍ୟାକ୍ଟେରିଆରେ ହେବାକୁ ଥିବା ଇନଫେକ୍ସନ । ବିଶ୍ୱରେ ପ୍ରତି ୮ରେ ଗୋଟିଏ ମୃତ୍ୟୁ ଏହା ସହ ଜଡ଼ିତ ଥିଲା ।