ବିନା ଲାଇଫ ଜ୍ୟାକେଟରେ ବାହାକୁଦ ଫେରୀଘାଟ : ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

ମହାକାଳପଡ଼ା,୧୨ /୫: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ପ୍ରମୁଖ ଫେରିଘାଟ ବାହାକୁଦ ଘାଟର ନିଲାମଧାରୀ ଓ ପଂଚାୟତ କର୍ତ୍ତୃପକ୍ଷଙ୍କ ବେପରବାୟ ନୀତି ଯୋଗୁ ମଙ୍ଗଳବାର ଦିନ ୧୨.୩୦ ସମୟରେ ଡଙ୍ଗାରେ ମୂଷାଡ଼ିଆ ପାରିକୁ ଯାଉଥିବା ଯାତ୍ରୀମାନେ ଝଡ଼ ତୋଫାନରୁ ଅଳ୍ପକେ ବର୍ତ୍ତୀ ଥିବାର ଜଣାପଡିଛି l ଉଭୟଙ୍କ ଖାମଖିଆଲି ନୀତି ଯୋଗୁ ଗୋଟିଏ କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ଉତ୍ତାଳ ତରଙ୍ଗ ଭରା ନଦୀରେ ଲାଇସେନ୍ସ ନଥିବା ଘାଟ ଡ଼ଙ୍ଗାରେ ବିନା ଲାଇସେନ୍ସ ରେ ଚାଳକ ପାଣି ପାଗକୁ ଭୁଲି ଯାତ୍ରୀ ପାର ଉତ୍ତାର କରୁଛନ୍ତି l ଅଣଅନୁମୋଦିତ ବୋଟ ଓ ବୋଟ ଚାଳକ ବୀମା ଭୁକ୍ତ ନହୋଇ ଖଣ୍ଡିଏ ହେଲେ ଲାଇଫ ଜ୍ୟାକେଟ ନରଖି ଦୁଃସାହସିକ ଭାବେ ବି ଘାଟ ଡ଼ଙ୍ଗା ଚଳାଇ ମଙ୍ଗଳବାର ଦିନ ଝଡ଼ ତୋଫାନର ସମ୍ମୁଖୀନ ହୋଇଥିଲେ l ପାଣିପାଗର ସତର୍କ ସୂଚନା କୁ ନପରଖି ମୂଷାଡ଼ିଆ ପାରିକୁ ଯିବା ବାଟରେ ବର୍ଷା ସାଙ୍ଗକୁ ପବନ ଯୋଗୁ ଝଡ଼ ତୋଫାନରେ ଘାଟ ଡ଼ଙ୍ଗାଟି ଗନ୍ତବ୍ୟ ପଥରୁ ସମୁଦ୍ର ମୁହାଣ ଆଡକୁ ଭାସି ଯାଇଥିଲା l ଏଣୁ ଡଙ୍ଗାରେ ଥିବା ଗର୍ଭବତୀ, ଶିଶୁ, ବୃଦ୍ଧ ଯାତ୍ରୀ ଈଶ୍ୱରଙ୍କୁ ପ୍ରାର୍ଥନା କରି ଉଦ୍ଧାର ପାଇଛନ୍ତି l

ଆହୁରି ମଧ୍ୟ ଯାତ୍ରୀ ବୋଝେଇ ଘାଟ ଡ଼ଙ୍ଗା ନଦୀମଝିରେ କିଛି ସମୟ ଦୂରରୁ ଅଟକି ଯିବlଭଳି ଅନୁଭବ ହେଉଥିଲା l.ପରେ ବର୍ଷା ଛାଡରେ ମୂଷାଡ଼ିଆ ପାରିରେ ଠିକଣା ସ୍ଥାନ ପରିବର୍ତ୍ତେ ସାତଘରିଆ ଜୋର ଭିତରକୁ ପଶିଯାଇଥିଲା l ଝଡ଼ ତୋଫାନରୁ ସୁରକ୍ଷିତ ଯାତ୍ରୀଙ୍କୁ ଅନ୍ୟତ୍ର ଉତ୍ତାରି ଚାପରେ ବାଇକ ଆରୋହୀଙ୍କ ପାଇଁ ଘାଟ ତୁଠକୁ ନେବାକୁ ପଡିଥିଲା l ବିପଜନ୍ନକ ଭାବେ କେନ୍ଦ୍ରାପଡା ପlରିରୁରୁ ଜଗତସିଂହପୁର ପୁର ପାରିକୁ ଚଳା ଚଳ କରୁଥିବା ଘାଟ ଡଙ୍ଗlରେ ସାମର୍ଥ୍ୟ ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତାୟତକରିବା ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l. ପ୍ରଶାସନିକ ଅବହେଳାରୁ ସାମର୍ଥ୍ୟ ଅନୁସାରେ ନିର୍ଦ୍ଧିଷ୍ଠ ସଂଖ୍ୟକ ସମସ୍ତ ଯାତ୍ରୀ ଓ ଚାଳକଙ୍କ ନିମନ୍ତେ ଲାଇଫ ଜ୍ୟାକେଟ ପରିଧାନ କରି ଯାତ୍ରା କରିବାର ଵିଧି ଥିଲେବି ଅନୁପାଳନ ହେଉନାହିଁ l କିନ୍ତୁ ବାହାକୁଦ ଫେରିଘାଟିଆ ମହାମାରୀ ଭଳି ସଙ୍କଟ ସମୟରେ କୋଭିଡ କଟକଣାକୁ ନ ମାନି ବିନା ଲାଇଫ ଜ୍ୟାକେଟରେ ଡ଼ଙ୍ଗା ଚଳା ଚଳ କରୁଥିବା ବେଳେ ଯାତ୍ରୀ ସଂଖ୍ୟକ ଜ୍ୟାକେଟ ପରିଧାନ କଥା ପଚାରେ କିଏ l ଯାତ୍ରୀଙ୍କ ସୁରକ୍ଷା ଓ ସୁନିଶ୍ଚିତ ଯାତ୍ରା ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି l