ଫୁଲୁଛି ବୈତରଣୀ, ଆନନ୍ଦପୁରଠାରେ ବିପଦ ସଂକେତ ଟପିଲା

ଆନନ୍ଦପୁର, ୨୬/୮ : ରାଜ୍ୟରେ ଜାରି ରହିଥିବା ଲଗାଣ ଲଘୁଚାପ ବର୍ଷା କାରଣରୁ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିମଧ୍ୟରେ ଭଦ୍ରକ ଜିଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳପତ୍ତନ ବିପଦ ସଙ୍କେତ ଟପିଛି। ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଛି । ବର୍ତ୍ତମାନ ଏଠାରେ ନଦୀର ଜଳସ୍ତର ୩୮.୪୦୦ ମିଟର ରହିଥିବା ଜଣାପଡ଼ିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି।