ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ମାନସ ଦତ୍ତ

ବାଲେଶ୍ୱର,୧୫ /୧୦ : ବାଲେଶ୍ବର ସଦର ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମାଆ ପ୍ରେମଲତା ଦତ୍ତ, କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଆଜି ସକାଳେ ମାନସ ମନ୍ଦିରରେ ପୂଜାର୍ଚ୍ଚନା ସାରି ସକାଳ ସାଢ଼େ ୧୦ଟା ସମୟରେ ଦଳର ସଦର କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରିଥିଲା। ସ୍ବର୍ଗତ ଦତ୍ତଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ନିଜ ମା’, ଗୁରୁଜନ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଜୁହାର ହୋଇ ଆର୍ଶୀବାଦ ଭିକ୍ଷା କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ପଦଯାତ୍ରା ଉପଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ଯାଇଥିଲା।