ଜମ୍ବୁ ବତୀଘର ଅଂଚଳରେ ବୃଦ୍ଧି ପାଉଛି ବାଲ୍ୟ ବିବାହ : ପ୍ରଶାସନ ନାଚାର

ମହାକାଳପଡ଼ା,୧୩/୭ : ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ବତୀଘର ପଂଚାୟତ ବଡ଼ଟୁବି ଗ୍ରାମ ନିବାସୀ  ପବିତ୍ର ବିଶ୍ୱାସଙ୍କ ସାବାଳକ ପୁଅ ମନୋରଞ୍ଜନ ବିଶ୍ୱାସ ଓରଫ ଖୋକନ ଚଳିତ ସପ୍ତାହରେ  ଜଣେ ନାବାଳିକାକୁ  ବିବାହ କରିଥିବାର ଜଣାପଡିଛି ।ସେହି ଥାନା ଅଧିନସ୍ଥ ବଉଳକଣି ପଂଚାୟତ ଅନ୍ତର୍ଗତ ଆମ୍ବଲାରୀ  ଗ୍ରାମର ନିବାସୀ  ମହେଶ୍ୱର ମଣ୍ଡଳଙ୍କ କନ୍ୟା ରେଖା ଓରଫ ରଶ୍ମି  ମଣ୍ଡଳଙ୍କର ଖୋକନ ସହିତ ବିବାହ ସମ୍ପନ୍ନ ହୋଇଛି । ଉଲ୍ଲେଖ ଥାଉକି ରେଖା ୨o୧୮ -୧୯ ଶିକ୍ଷା ବର୍ଷରେ କୁନ୍ତଳା କୁମାରୀ ୟୁ.ପି. ସ୍କୁଲ ରେ ସପ୍ତମ ଶ୍ରେଣୀରୁ ପାଠ ପଢା ଛାଡି ଦେଇଥିଲେ. ସେହି ନାବାଳିକା ଝିଅର ବିବାହକୁ ଶାଶୁ ଘର ଓ ବାପ ଘର ଲୋକଙ୍କ ଜ୍ଞାତସାରରେ  ବନ୍ଧୁ ଓ ପଡୋଶୀ ଙ୍କ ଅଜଣାରେ ଲୁଚାଣିଆ  ଭାବେ ବିବାହ ଶେଷ ହୋଇ ଥିଲା ।

ଦୋଷକୁ ଲୁଚାଇବା ଲକ୍ଷ୍ୟରେ  ମନ୍ଦିର, କିମ୍ବା ଅଫିସିଆଲ ଅଗୋଚରରେ ବିନା ବେଦି ଓ କାନ୍ଥ ରେ ବାହା ଚିତା ନଲେଖି ବିବାହ କରାଇଥିଲେ । ପୁଅ ବିବାହ ପାଇଁ ପିତା ପବିତ୍ର  ଶୁକ୍ରବାର ଦିନ ଭୋଜିର ଆୟୋଜନ କରିଥିଲେ । କିନ୍ତୁ ବାଲ୍ୟ ଵିଵାହ କୁ ବିରୋଧ କରି  ପଡ଼ାର  କିଛି ଲୋକ ଭୋଜି ଖାଇବାକୁ ଆସିନଥିଲେ । ଭୋଜି ଦିନ  ବାଲ୍ୟ ବିବାହ ବିଷୟରେ ଗାଁ ଲୋକେ ପ୍ରଥମେ  ଜିଲ୍ଲା ଶିଶୁ ସୁରକ୍ଷା କମିଟିର କର୍ମକର୍ତ୍ତା ଙ୍କୁ ଓ ପରେ ସ୍ଥାନୀୟ ଶିଶୁ ସୁରକ୍ଷା ଅଧିକାରିଣୀ ଙ୍କୁ ଅବଗତ କରାଇଥିଲେ । କେବଳ ସ୍ଥାନୀୟ ଅଙ୍ଗନ ବାଡ଼ି କର୍ମୀଙ୍କ ଉପର ଠାଉରିଆ ତଦନ୍ତ କୁ ଭିତ୍ତି କରି ସଭିଏଁ ଚୁପ ରହିଥିଲେ ।ଏ ହି ଭାବେ ପ୍ରଶାସନିକ ଭିତ୍ତି ହିନ ତଦନ୍ତ ହେତୁ ସମ୍ପୃକ୍ତ ଅଂଚଳରେ ଦିନ କୁ ଦିନ ବାଲ୍ୟ ବିବାହ ବୃଦ୍ଧି ପାଉଥିବାର ଉପାନ୍ତ ପଂଚାୟତର ବୁଦ୍ଧିଜିବିମାନେ ମତ ରଖନ୍ତି । (ମହାକାଳପଡ଼ାରୁ କେଶବ ଚରଣ ନାଥ ଙ୍କ ରିପୋର୍ଟ )