ଡେସ୍କ :ସହର ଭିତରେ ବାଉଁଶ ପୋଲ। ଏ ଚିତ୍ର କୌଣସି ଉପାନ୍ତ କି ଦୁର୍ଗମ ଅଞ୍ଚଳର ନୁହେଁ। ଏହା ଅଛି ବାଲେଶ୍ୱର ଜିଲ୍ଲା ସଦର ମହକୁମାରରେ। ସାହି ଭିତରକୁ ଯିବା ପାଇଁ ରାସ୍ତା ନଥିବାରୁ ଲୋକମାନେ ଟଙ୍କା ଆଦାୟ କରି ତିଆରି କରିଛନ୍ତି ବାଉଁଶ ପୋଲ।
ବାଲେଶ୍ୱର ପୌରାଞ୍ଚଳର ଦୁଇ ନମ୍ବର ଓ୍ୱାର୍ଡରେ ୨୦୦ରୁ ୨୫୦ ପରିବାର ବସବାସ କରୁଛନ୍ତି। ହେଲେ ଦୁଃଖର ବିଷୟ ଏହି ସାହିକୁ ଯିବେ ପାଇଁ ରାସ୍ତା ଖଣ୍ଡିଏ ନାହିଁ। ସାହି ଲୋକେ ନାଳର ଆଣ୍ଠୁଏ ପାଣିରେ ଯିବାଆସିବା କରୁଥିଲେ। ଏଥିରେ ବେଶୀ ଅସୁବିଧାରେ ପଡ଼ୁଥିଲେ ଛୋଟ ଛୋଟି ପିଲା, ବୃଦ୍ଧ ଓ ବୃଦ୍ଧା। ସାହି ଲୋକେ ଏନେଇ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ପାଖରେ ବହୁବାର ଗୁହାରୀ କରିଥିଲେ। ମାତ୍ର କିଛି ସୁଫଳ ମିଳିନଥିଲା।
ଫାଶୀଠାରୁ କମ କଷ୍ଟ ଦେଉଥିବା ମୃତ୍ୟୁଦଣ୍ଡର ବିକଳ୍ପ ଅଛି କି? କେନ୍ଦ୍ରକୁ ବିଚାର କରିବାକୁ କହିଲେ ସୁପ୍ରିମକୋର୍ଟ
ଫାଶୀଠାରୁ କମ କଷ୍ଟ ଦେଉଥିବା ମୃତ୍ୟୁଦଣ୍ଡର ବିକଳ୍ପ ଅଛି କି? କେନ୍ଦ୍ରକୁ ବିଚାର କରିବାକୁ କହିଲେ ସୁପ୍ରିମକୋର୍ଟ
ଅଢ଼େଇ ବର୍ଷ ତଳେ ବାଲେଶ୍ୱର ନିର୍ବାଚନମଣ୍ଡଳୀରେ ହୋଇଥିଲା ଉପନିର୍ବାଚନ। ସେତେବେଳେ ଦୁଇ ନମ୍ୱର ୱାର୍ଡକୁ ବଡ଼ ବଡ଼ ନେତାମାନେ ଆସିଥିଲେ। ନାଳ ଉପରେ ବ୍ରିଜ୍ ହେବ ବୋଲି ପ୍ରତିଶ୍ରୁତି ଦେଇ ଯାଇଥିଲେ। ଇତି ମଧ୍ୟରେ ନିର୍ବାଚନ ଯାଇ ୨୦୨୪ ସାଧାରଣ ନିର୍ବାଚନ ଆସିଲାଣି। ହେଲେ ସାହି ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇନାହିଁ। ନେତା ଓ ପ୍ରଶାସନଠାରୁ ନିରାଶ ହୋଇ ସାହି ଲୋକ ଟଙ୍କା ଆଦାୟ କରି ନାଳ ଉପରେ ବାଉଁଶ ପୋଲ ନିର୍ମାଣ କରିଛନ୍ତି। ମନରେ ଭୟ ଥିଲେ ମଧ୍ୟ ସାହି ଲୋକ ବର୍ତ୍ତମାନ ସେହି ବାଉଁଶ ପୋଲ ଉପରେ ଯିବା ଆସିବା କରୁଛନ୍ତି।
ବାଉଁଶ ପୋଲ ନିର୍ମାଣ ହେବା ପରେ ପିଲାମାନେ ସ୍କୁଲ ଯାଉଛନ୍ତି, ବୟସ୍କ ମହିଳା ଓ ପୁରୁଷମାନେ ଅନାୟସରେ ମେଡ଼ିକାଲ୍ ଯାଇପାରୁଛନ୍ତି। ତେବେ ସାହି ଲୋକେ ଏହି ଗୋଟିଏ ସମସ୍ୟା ଭିତରେ ଘାଣ୍ଟି ହେଉନାହାନ୍ତି। ପାନୀୟ ଜଳ ଓ ଡ୍ରେନେଜ୍ ପରି ବହୁ ସମସ୍ୟା ରହିଛି ସେମାନଙ୍କର। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଗାଁ ଲୋକେ କହିଛନ୍ତି।
