ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲା : ୭ ଗିରଫ

ନୂଆଦିଲ୍ଲୀ, ୨୦/୧୨ : ଗୁରୁବାର ରାତିରେ ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବାଂଲାଦେଶରେ ଦଙ୍ଗା ଆରମ୍ଭ ହୋଇଥିଲା । ଜଣେ ହିନ୍ଦୁ ଯୁବକଙ୍କ ନିର୍ମମ ହତ୍ୟା କରିବା ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । X ରେ ଏକ ପୋଷ୍ଟ କରି, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କହିଛନ୍ତି ଯେ, ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ମହମ୍ମଦ ଲିମନ ସରକାର, ମହମ୍ମଦ ତାରେକ ହୋସେନ, ମହମ୍ମଦ ମାଣିକ ମିଆଁ, ଏରଶାଦ ଅଲି, ନିଜୁମ ଉଦ୍ଦିନ, ଆଲୋମଗିର ହୋସେନ ଏବଂ ମହମ୍ମଦ ମିରାଜ ହୋସେନ ଆକନ ଅନ୍ତର୍ଭୁକ୍ତ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ:ଦୀପୁଚନ୍ଦ୍ର ଦାସଙ୍କ ହତ୍ୟା ପାଇଁ ବାଂଲାଦେଶ ଅନ୍ତର୍ଜାତୀୟ ସମାଲୋଚନାର ସମ୍ମୁଖୀନ ହୋଇଥିଲା । ଭାରତ ଏହି ଘଟଣାର ତୀବ୍ର ନିନ୍ଦା କରିଥିଲା ।

Madhukunj