ନୂଆଦିଲ୍ଲୀ, ୨୭/୧୧ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଲାଗିଛି ବଡ଼ ଝଟକା । ଦୁର୍ନୀତି ମାମଲାରେ ତାଙ୍କୁ କୋର୍ଟ ୨୧ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଏହାପୂର୍ବରୁ କୋର୍ଟ ତାଙ୍କୁ ମାନବାଧିକାର ସମ୍ପର୍କୀତ ଏକ ମାମଲାରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ । କୋର୍ଟ ଅନ୍ୟ ତିନୋଟି ଦୁର୍ନୀତି ମାମଲାରେ ହସିନାଙ୍କ ବିରୋଧରେ ଶୁଣାଣି କରିଛନ୍ତି । ବର୍ତ୍ତମାନ ଶେଖ ହସିନା ଭାରତରେ ରହିଛନ୍ତି, ଆଉ ଯେପର୍ଯ୍ୟନ୍ତ ସେ ବାଂଲାଦେଶ ଯାଇନାହାନ୍ତି, ତାଙ୍କ ଉପରେ କୌଣସି ପ୍ରକାରର ପଦକ୍ଷେପ ନେଇପାରିବେ ନାହିଁ ବାଂଲାଦେଶ ସରକାର । ୨୦୨୪ରେ ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ମାମଲାରେ କୋର୍ଟ ହସିନାଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଆନ୍ଦୋଳନରେ ନୀରିହ ଛାତ୍ରଙ୍କ ଉପରେ ଗୁଳି ଏବଂ ବୋମାମାଡ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ କୋର୍ଟ କିଛିଦିନ ତଳେ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ।