ମାର୍ଚ୍ଚ ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର, ୨୫ /୨ : ବର୍ଷର ଆର୍ଥିକ ଶେଷ ମାସ ହେଉଛି ମାର୍ଚ୍ଚ ମାସ । ଏହି ମାସରେ କ୍ଲୋଜିଙ୍ଗ ପାଇଁ ବ୍ୟାଙ୍କରେ କାର୍ଯ୍ୟ ଅଧିକ ରହିଥାଏ । ତେଣୁ ଆସନ୍ତା ମାର୍ଚ୍ଚ ମାସରେ ବ୍ୟାଙ୍କ ୮ ଦିନ ଛୁଟି ରହିବ । ଆପଣମାନଙ୍କର ଯଦି କୌଣସି ଜରୁରୀ କାମ ବ୍ୟାଙ୍କରେ ଥାଏ ତେବେ ଏହି ସ୍ୱଳ୍ପ ସମୟ ଭିତରେ କରିନିଅନ୍ତୁ । ଦେଶର ସମସ୍ତ ବ୍ୟାଙ୍କ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହୁଛି । ମାର୍ଚ୍ଚରେ କିଛି ଛୁଟି ଏବଂ ପର୍ବ ସହିତ ୮ ଦିନ ବ୍ୟାଙ୍କ ଛୁଚି ରହିବ । ଆସନ୍ତୁ ଜାଣିବା କେଉଁ କେଉଁ ଦିନରେ ବ୍ୟାଙ୍କ ବନ୍ଦ ରହିବ…

ମାର୍ଚ୍ଚ ୭ ତାରିଖ ରବିବାର
ମାର୍ଚ୍ଚ ୧୧ ତାରିଖ ମହାଶିବରାତ୍ରି
ମାର୍ଚ୍ଚ ୧୩ ତାରିଖ ମାସର ଦ୍ୱିତୀୟ ଶନିବାର
ମାର୍ଚ୍ଚ ୧୪ ତାରିଖ ରବିବାର
ମାର୍ଚ୍ଚ ୨୧ ରବିବାର
ମାର୍ଚ୍ଚ ୨୭ରେ ମାସର ଚତୁର୍ଥ ଶନିବାର
ମାର୍ଚ୍ଚ ୨୮ ରବିବାର
ମାର୍ଚ୍ଚ ୨୯ ରେ ହୋଲି

ତେଣୁ ଏହି ଦିନ ମାନଙ୍କରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।