ବ୍ୟାଙ୍କ ସେବା ଜୁନ ମାସରେ ୧୧ ଦିନ ବନ୍ଦ ରହିପାରେ , ଆରବିଆଇ ଜାରି କଲା ସୂଚନା

ନୂଆଦିଲ୍ଲୀ,୧/୬: ଆଜିଠାରୁ ଦେଶରେ ଅନଲକ୍ ୧.0 ଆରମ୍ଭ ହୋଇଛି | କରୋନା ଜୀବାଣୁ ମହାମାରୀର ଏହି ସମୟରେ, ସାମାଜିକ ଦୂରତା ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ତେଣୁ ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ସମାଧାନ କରିବାକୁ ଗ୍ରାହକଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପରାମର୍ଶ ଦିଆଯାଇଛି, କିନ୍ତୁ ଗ୍ରହକମାନଙ୍କୁ ଯଦି ବ୍ୟାଙ୍କର ଶାଖାକୁ ଯିବାର ଆବଶ୍ୟକତା ପଡେ, ତେବେ ଆପଣମାନେ ଜାଣିରଖନ୍ତୁ ଜୁନ ମାସରେ ବ୍ୟାଙ୍କ କିଛି ଦିନ ବନ୍ଦ ରହିପାରେ ।

ଆରବିଆଇ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଜୁନ୍ ମାସରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ବ୍ୟାଙ୍କଗୁଡ଼ିକ ପାଇଁ ପାଞ୍ଚ ଦିନ ଛୁଟିଦିନ ଧାର୍ଯ୍ୟ କରାଯାଇଛି। ଏହି ସମସ୍ତ ଛୁଟି ଯଥାକ୍ରମେ ୫, ୧୫, ୧୮, ୨୩ ଏବଂ ୩୦ ରେ | ଯଦି ଏହି ଛୁଟିଗୁଡିକ ଜୁନ୍ ର ଶନିବାର ଏବଂ ରବିବାରରେ ଯୋଗ କରାଯାଏ, ତେବେ ଏହି ଛୁଟିଦିନଗୁଡ଼ିକର ସଂଖ୍ୟା ୧୧ ହୋଇଯିବ |

ତେବେ ରାଜ୍ୟରେ ଅଲଗା ଛୁଟି ହେବ। ଉଦାହରଣ ସ୍ୱରୂପ, ଜାମ୍ମୁ କାଶ୍ମୀରରେ, ଜୁନ୍ ୧୮ ଗୁରୁବାର ଦିନ ଗୁରୁ ହରଗୋବିନ୍ଦ ଜୟନ୍ତୀ ଅବସରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ। ରଜ ସଙ୍କ୍ରାନ୍ତୀ ଅବସରରେ ମିଜୋରାମରେ ବ୍ୟାଙ୍କଗୁଡିକ ଜୁନ୍ ୧୮ ରେ ବନ୍ଦ ରହିବ | ଏହି ପର୍ବ ଓଡିଶାରେ ୧୫ ଜୁନ୍ ରେ ପାଳନ ହେବାର ସମ୍ଭାବନା ଥିବାରୁ ଓଡିଶାରେ ମଧ୍ୟ ଏହି ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ | ଏହା ବ୍ୟତୀତ ୨୩ ଜୁନ୍ ରେ ଓଡ଼ିଶାରେ ରଥ ଯାତ୍ରା ମଧ୍ୟ ପାଳନ କରାଯିବ ।