ଆଜି ଓଡ଼ିଶା ଆସିବେ ସୁନୀଲ ବଂଶଲ

ଭୁବନେଶ୍ୱର,୧୭/୧୨ : ଆଜି ଓଡ଼ିଶା ଆସିବେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ୨୦୨୪ ନିର୍ବାଚନ ପାଇଁ କେତେ ଆଗେଇଛି ପ୍ରସ୍ତୁତି, ରାଜ୍ୟ ନେତାଙ୍କଠୁ ହିସାବ ନେବେ। ଦଳକୁ କିଭଳି ଅଧିକ ମଜଭୁତ କରି ହେବ ସେ ନେଇ ମନ୍ତ୍ର ଦେବେ ବଂଶଲ।

ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ମୋ ବୁଥ୍, ସବୁଠୁ ମଜଭୁତ କାର୍ଯ୍ୟକ୍ରମ କିଭଳି ଆଗକୁ ବଢିବ ତାର ଉପାୟ ବତାଇବେ। ଧାମନଗର ଓ ପଦ୍ମପୁର ଫଳାଫଳକୁ ନେଇ ମଧ୍ୟ ସମୀକ୍ଷା କରାଯିବ। ଆଜି ଦୁଇଟି ପର୍ଯ୍ୟାୟରେ ବୈଠକ ହେବ। ଦିନ ୧୧ଟାରେ ହେବାକୁ ଥିବା ବୈଠକରେ ଅଫିସ୍ ବିଅରର, ଜିଲ୍ଲା ସଭାପତି, ବିଧାୟକ ଓ ଜିଲ୍ଲା ପ୍ରଭାରୀ ଯୋଗଦେବେ କୋର କମିଟି ମେମ୍ବରଙ୍କୁ ନେଇ ଅପରାହ୍ନରେ ଦ୍ୱିତୀୟ ବୈଠକ ହେବ। ଏଥିରେ ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଓ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ।

୨୦୨୪ରେ କିଭଳି କ୍ଷମତା ହାତେଇ ହେବ। ସେନେଇ ବୈଠକରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ସେହିପରି ଆସନ୍ତା ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସରୁ ନିଜ ଅଭିଯାନ ଆରମ୍ଭ କରିବାକୁ ଶାସକ ବିଜେଡି ଯୋଜନା କରିଥିବା ବେଳେ କଂଗ୍ରେସ ବି ନିର୍ବାଚନ ମୁହାଁ ହୋଇଛି।