ମୁମ୍ବାଇ,୧/୪ : ମୁମ୍ବାଇରେ କରୋନା ପୁଣିଥରେ ଲଗାତାର ବଢ଼ିବାରେ ଲାଗିଛି। ଅନେକ ବଲିଉଡ କଳାକାର କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ରଣବୀର କପୁର, ସଞ୍ଜୟ ଲୀଳା ଭନସାଲି, କାର୍ତିକ ଆର୍ଯ୍ୟନଙ୍କ ପରେ ବଲିଉଡର ବରିଷ୍ଠ ସଂଗୀତକାର ବପ୍ପି ଲହରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ମୁମ୍ବାଇ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବପ୍ପି ଲହରୀ କରୋନା ପଜିଟିଭ ହେବାପରେ ପ୍ରଶଂସକ ଲଗାତାର ତାଙ୍କ ସୁସ୍ଥତା କାମନା କରୁଛନ୍ତି। ବପ୍ପି ଲହରୀଙ୍କ ପରିବାର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର କରୋନା ଯାଞ୍ଚ କରାଇ ନିଅନ୍ତୁ। ବପ୍ପି ଲହରୀଙ୍କ ଝିଅ ରେମା ଲହରୀ ବଂସଲ କହିଛନ୍ତି ଯେ ବପ୍ପି ଲଗାତାର କରୋନା ଗାଇଡଲାଇନ ପାଳନ କରୁଥିଲେ ଏବଂ ସତର୍କ ରହୁଥିଲେ। ତା ସତ୍ତ୍ୱେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। କିଛି ଲକ୍ଷଣ ଦେଖାଦେବ ପରେ ତାଙ୍କର କରୋନା ଯାଞ୍ଚ ହୋଇଥିଲା ଓ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ବୟସକୁ ଦୃଷ୍ଟିରେ ରଖି ତାଙ୍କୁ ଡାକ୍ତରଙ୍କ ଦେଖରେଖରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ତାଙ୍କୁ ମୁମ୍ବାଇ ସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।