ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ, ଆସନ୍ତା ୯ ରେ ଭାରତ ଓ ଦକ୍ଷିଣ ମ୍ୟାଚ

ଭୁବନେଶ୍ୱର, ୧୬/୧୧ : ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ। ମ୍ୟାଚ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଷ୍ଟାଡିୟମ ଭିତରେ ଥିବା ଗ୍ୟାଲେରୀ ଓ ପଡିଆର କାମ ଆରମ୍ଭ ହୋଇଛି। ଦିଲ୍ଲୀ ବିସ୍ଫୋରଣ ପରେ ବାରବାଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଅନଲାଇନ୍ ଓ ଅଫ ଲାଇନ୍ ଟିକେଟ ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ। ବାରବାଟୀ ଷ୍ଟାଡିୟମରେ ମୋଟ ୨୮ଟି ମ୍ୟାଚ ଖେଳାଯାଇଛି । ସେଥିରୁ ୨୩ଟି ଦିନିକିଆ ହୋଇଥିବାବେଳେ ଦୁଇଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ ରହିଛି । ବାରବାଟୀରେ ଶେଷଥର ୨୦୨୫ ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା ।