ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଯୁବକ ଓ ଯୁବତୀଙ୍କ ପାଇଁ ରୋଜଗାରର ସୁବର୍ଣ୍ଣ ସୁଯୋଗ ରହିଛି । ଭାଭା ଅଟୋମିକ ରିସର୍ଚ୍ଚ ସେଣ୍ଟର ୪୦୦୦ରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପଦ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ବାର୍କର ଅଧିକାରିକ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏପ୍ରିଲ ୨୮ ତାରିଖରୁ ଏହି ପଦ ପାଇଁ ଆବେଦନ ଆରମ୍ଭ ହେବ । ମଇ ୨୨ ହେଉଛି ଆବେଦନର ଶେଷ ତାରିଖ ।
ଖାଲିଥିବା ୪୩୭୪ ପଦ ପୂରଣ ହେବାନେଇ ସୂଚନା ରହିଛି । ଏଥିମଧ୍ୟରୁ ଡାଇରେକ୍ଟ ରିକ୍ୟୁରମେଣ୍ଟରୁ ୨୧୨ ପଦ ଓ ଟ୍ରେନିଙ୍ଗ ସ୍କିମ ପାଇଁ ୪୧୬୨ ପଦ ପୂରଣ ହେବ । ସେହିପରି ଟ୍ରେନିଙ୍ଗ ସ୍କିମ ପାଇଁ ୧୨୧୬ ପଦ କାଟାଗୋରି ୧ ଓ ୨୯୪୬ ପଦ କାଟାଗୋରି ୨ ପାଇଁ ଖାଲି ରହିଛି ।
ଏହି ଭର୍ତ୍ତି ଆଧାରରେ ଟେକ୍ନିକାଲ ଅଫିସର/ସି, ସାଇଣ୍ଟିଫିକ ଆସିଷ୍ଟାଣ୍ଟ/ବି ଓ ଟେକନିସିୟାନ/ବିଏ ପଦ ପାଇଁ ପ୍ରାର୍ଥୀ ଆବେଦନ କରିପାରିବେ । ଟେକ୍ନିକାଲ ଅଫିସର/ସି ପାଇଁ ଶୁଳ୍କ ୫୦୦ଟଙ୍କା ରହିଥିବା ବେଳେ ପାରିଶ୍ରମିକ ୫୬୧୦୦ଟଙ୍କା, ସାଇଣ୍ଟିଫିକ ଆସିଷ୍ଟାଣ୍ଟ/ବି ପାଇଁ ୧୫୦ଟଙ୍କା ଶୁଳ୍କ ରହିଥିବା ବେଳେ ପାରିଶ୍ରମିକ ୩୫,୪୦୦ଟଙ୍କା ଓ ଟେକନିସିୟାନ/ବିଏ ପଦ ପାଇଁ ୧୦୦ଟଙ୍କା ଶୁଳ୍କ ଥିବା ବେଳେ ପାରିଶ୍ରମିକ ୨୧୭୦୦ଟଙ୍କା ରହିଛି ।