ଭୁବନେଶ୍ବର, ୩୦/୩: ବାରିପଦାରେ ଅନୁଭୂତ ହୋଇଥିବା ଗରମ ଆଜି ସବୁ ରେକର୍ଡ ଭାଙ୍ଗିଛି। ବିଶ୍ବର ସବୁଠୁ ଉତ୍ତପ୍ତ ସହର ଭାବେ ମଙ୍ଗଳବାର ବାରିପଦା ଲିଷ୍ଟରେ ରହିଥିବା ଜଣାପଡ଼ିଛି। ବାରିପଦାରେ ତାମମାତ୍ରା ୪୪.୬ ଥିଲା। ଓଡ଼ିଶା, ଭାରତ ପରେ ବିଶ୍ବର ସବୁଠୁ ଉତ୍ତପ୍ତ ସହର ଭାବେ ବାରିପଦା ରହିଥିବା ସୂଚନା ମିଳିଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବ ପାଇଁ ତାପମାତ୍ରା ବଢ଼ୁଥିବା ବେଳେ ବିଶ୍ବରେ ରେକର୍ଡ ଭାଙ୍ଗିଛି ମୟୂରଭଞ୍ଜର ବାରିପଦା। ବିଶ୍ବର ରେକର୍ଡ ତାପମାତ୍ରା ବାରିପଦାରେ ଅନୁଭୂତ ହୋଇଛି। ତେବେ ଏନେଇ ୟୁରୋପର ସ୍ପେନିଶ୍ ପାଣିପାଗ ସଂସ୍ଥା ଓଜିମେଟ୍ ପକ୍ଷରୁ ସୂଚନା ମିଳିଛି ।