ବର୍ଷା-ଅନୁଭବ ବିବାଦ ମାମଲା: ପରିବାର ଅଦାଲତ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ

କଟକ: ବର୍ଷା-ଅନୁଭବ ବିବାଦ ମାମଲାରେ ଆଜି ହାଇକୋର୍ଟ ପରିବାର ଅଦାଲତ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏଥିସହିତ ଏହି ମାମଲାରେ ହାଇକୋର୍ଟ ବର୍ଷାଙ୍କୁ ନୋଟିସ୍ ଜାରି କରିଛନ୍ତି । ଅନୁଭବ ମହାନ୍ତିଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି କେ. ଆର ମହାପାତ୍ରଙ୍କ ଇଜିଲାସ ଉପରୋକ୍ତ ଆଦେଶ ପ୍ରଦାନ କରିଛନ୍ତି । ହାଇକୋର୍ଟ ଏହି ମାମଲାରେ ଅନୁଭବଙ୍କ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି ।

ସୂଚନାଥାଉକି କଟକର ପାରିବାରିକ ଅଦାଲତରେ ଅନୁଭବ-ବର୍ଷା ବିବାଦର ମାମଲାରେ ଅନୁଭବଙ୍କ ସାକ୍ଷ୍ୟଗ୍ରହଣ ଶେଷ ହୋଇଥିବାବେଳେ ବର୍ଷାଙ୍କୁ ଜେରା କରାଯାଉଛି । ତେବେ ପାରିବାରିକ ଅଦାଲତ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବାବେଳେ ଅନୁଭବ ଓ ବର୍ଷାଙ୍କ ପକ୍ଷରୁ କେବଳ ଦୁଇ ଜଣ ଆଇନଜୀବୀ ଉପସ୍ଥିତ ରହିବେ ବୋଲି ଗତ ୨୦୨୨, ନଭେମ୍ବର ୩ରେ ଆଦେଶ ଦେଇଥିଲେ ।

SBI AD