ନୂଆଦିଲ୍ଲୀ,୨୪୬ : ଅଗ୍ନିବୀର ଯୋଜନାକୁ ନେଇ ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଥମି ନଥିବା ବେଳେ କେନ୍ଦ୍ର ସରକାରଙ୍କର ଏହି ଯୋଜନାକୁ ବାରମ୍ବାର ସମାଲୋଚନା କରୁଛନ୍ତି ବେଜେପି ସାଂସଦ ବରୁଣ ଗାନ୍ଧୀ। ଶୁକ୍ରବାର ଏହି ଯୋଜନାକୁ ନେଇ ଏକ ନୂଆ ପର୍ଶ୍ନ ଛିଡ଼ା କରିଛନ୍ତି ।
ଯଦି ଅଗ୍ନବୀର ପେନ୍ସନରୁ ବଞ୍ଚିତ ହେବେ ତେବେ ନେତା,ମନ୍ତ୍ରୀମାନେ କାହିଁକି ପେନ୍ସନ୍ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ନିଜେ ତାଙ୍କ ପେନ୍ସନ ଛାଡ଼ିବେ ବୋଲି ବରୁଣଗାନ୍ଧୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି “ ଅଳ୍ପ ଅବଧି ପାଇଁ ସେବା କରିବାକୁ ଥିବା ଅଗ୍ନବୀରମାନେ ପେନସନର ହକଦାର ନୁହଁନ୍ତି। ତେବେ ଜନପ୍ରତିନିଧିଙ୍କ ପାଇଁ ଏହି ସୁବିଧା କାହିଁକି ? ଯଦି ରାଷ୍ଟ୍ର ରକ୍ଷକଙ୍କର ପେନ୍ସନ ପାଇବାର ଅଧିକାର ନାହିଁ ତେବେ ମୁଁ ବି ମୋ ପେନ୍ସନ ଛାଡ଼ିବାକୁ ପ୍ରସ୍ତୁତ ଅଛି। କଣ ଆମେ(ବିଧାୟକ/ସାଂସଦ) ନିଜର ପେନ୍ସନ ଛାଡ଼ି ଅଗ୍ନବୀରଙ୍କୁ ପେନ୍ସନ ଦେବା ସୁନିଶ୍ଚିତ କରିପାରିବାନି ? ”