‘କାଦମ୍ବିନୀ’ ଓ ‘କୁନିକଥା’ର ଅପ୍ରେଲ ସଂଖ୍ୟା ଉନ୍ମୋଚିତ

0

ଭୁବନେଶ୍ୱର, ୧୨/୦୪ : ସର୍ବଜନାଦୃତ ମାସିକ ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ ଓ ମାସିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଅପ୍ରେଲ ସଂଖ୍ୟା ଗୁରୁବାର ‘କାଦମ୍ବିନୀ’ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି ।ଏହି ଉପଲକ୍ଷେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏବଂ ବିଶିଷ୍ଟ ଗୀତିକାର ଓ ସାହିତ୍ୟିକ ବିଜୟ ମଲ୍ଲ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ‘କାଦମ୍ବିନୀ’ ଓ ‘କୁନିକଥା’ର ସଂପାଦିକା ଡ. ଇତି ସାମନ୍ତ । ଏଥିରେ ଓଡ଼ିଶାର ବହୁ ଲେଖକ, ଲେଖିକା ଓ ଶୁଭେଚ୍ଛୁମାନେ ଯୋଗଦେଇଥିଲେ । ସୂଚନାଯୋଗ୍ୟ, ‘କାଦମ୍ବିନୀ’ର ଅପ୍ରେଲ ସଂଖ୍ୟା ପ୍ରତିବର୍ଷ ପରି ଏଥର ମଧ୍ୟ ବିଷୁବ ସ୍ୱତନ୍ତ୍ର ‘ଗଳ୍ପଗାଥା’ ଭାବରେ ପ୍ରକାଶ ପାଇଛି ।

Leave A Reply

Your email address will not be published.