ଭୁବନେଶ୍ୱର,୧୨ /୯ : (ପ୍ରଦୀପ୍ତ ଦାସ ) – ରାଜଧାନୀର ବିଭିର୍ନ ସ୍ଥାନରେ ମୂଲ୍ୟବାନ ସୁନାଚେନ,ବିଭିନ୍ନ ବ୍ରାଣ୍ଡର ଦାମୀ ମୋବାଇଲ ଓ ବାଇକ ଲୁଟ କରି ଆସୁଥିବା ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିସନରେଟ ପୋଲିସ । ପାୱାର ବାଇକ ଚଳାଇ ଏହି ଗ୍ୟାଙ୍ଗର ସଦସ୍ୟମାନେ ସୁଯୋଗ ଉଣ୍ଡି ମହିଳାମାନଙ୍କ ବେକରୁ ସୁନାଚେନ,ମୋବାଇଲ ଓ ବାଇକ ଇତ୍ୟାଦି ଲୁଟି ଆଖି ପିଛୁଳାକେ ଚମ୍ପଟ ମାରିବାରେ ବେଶ ସିଦ୍ଧ ହସ୍ତ ।ଲଗାତାର ଭାବେ ଏହି ଲୁଟେରା ଗ୍ୟାଙ୍ଗର ଦୌରାତ୍ମ୍ୟ ବଢିବା ଫଳରେ ସେମାନଙ୍କୁ ଧରିବାକୁ ନିକଟରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ତେବେ ଏହି ଟିମ ଇତିମଧ୍ୟରେ ଏମାନଙ୍କୁ ଟ୍ରାକ କରି ଧରିବାରେ ସଫଳ ହୋଇଛି । ବିଶେଷକରି ନୂଆପଲ୍ଲୀ,ଖଣ୍ଡଗିରି,ଖାରବେଳନଗର,କ୍ୟାପିଟାଲ,ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଓ ସହିଦନଗର ଥାନା ଅଂଚଳରେ ଏହି ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିଲେ । ବୋଲିକୁହାଯାଉଛି.ଏମାନଙ୍କ ବିରୋଧରେ ଏସବୁ ଥାନାରେ ବହୁ ରାହାଜାନୀ ମାମଲା ରହିଥିବା ଜଣାପଡିଛି । ଏସଂକ୍ରାନ୍ତରେ କମିସନରେଟ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବାବେଳେ ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।