ଭୁବନେଶ୍ଵର, ୧୪/୦୯ : ରାଜଧାନୀ ଭୁବନେଶ୍ୱରରୁ ଆସିଛି ଚାଞ୍ଚଲ୍ୟକର ଖବର। ଗାୟିକା କରାଇବାକୁ ସ୍ଵପ୍ନ ଦେଖାଇ ପୀଡିତାଙ୍କୁ ନେଇ ଆସିଥିଲେ ଅଭିଯୁକ୍ତ । ନିର୍ଦେଶକଙ୍କ ସହ ଭେଟ କରାଇବାକୁ ନେଇ ଯାଇଥିଲେ। ତେବେ ଗତ ୧୦ ତାରିଖ ଦିନ ଅପରାହ୍ନ ସମୟରେ ଲଜ୍ କୁ ନେଇ ସେଠାରେ ମୃଦୁ ପାନୀୟ ସହ ନିଶା ଦେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତ ଚନ୍ଦନ ସମେତ ଦୁଇ ସହଯୋଗୀ ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ରାଜେଶ ଦାସ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଏତଲା ପରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ପୁରା ମାମଲାରେ ତଦନ୍ତ ଜାରି ରହିଥିବାବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଖୋଳତାଡ ଜାରି ରହିଛି।
