ଆଇପିଏଲ ପରେ ଆର୍ୟରଲାଣ୍ଡ ସହିତ ଟି-୨୦ ସିରିଜ ଖେଳିବ ଭାରତ

ନୂଆଦିଲ୍ଲୀ, ୨୧/୦୩ : ଆଇପିଏଲ ସିଜିନ ସରିବା ପରେ ଆର୍ୟରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏଥିପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଟି୨୦ ବିଶ୍ବକପ ଜିତିବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ୨୬ ଏବଂ ୨୮ ଜୁନରେ ଆର୍ୟରଲାଣ୍ଡ ବିପକ୍ଷରେ ୨ଟି ଟି୨୦ ମ୍ୟାଚ ଖେଳିବ । ବିସିସିଆଇ ତାରିଖ ସହିତ ସମୟ ଏବଂ ଭେନ୍ୟୁ ମଧ୍ୟ ଘୋଷଣା କରିଛି । ଆର୍ୟରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ୨୬ ଜୁନ ବେଲଫାଷ୍ଟରେ ଖେଳାଯିବ । ସେହିପରି ୨୮ ଜୁନରେ ମଧ୍ୟ ସମାନ ଭେନ୍ୟୁରେ ମ୍ୟାଚ୍ ଖେଳାଯିବ । ଦୁଇଟି ଯାକ ଭାରତୀୟ ସମୟ ଅନୁସାରେ ୭.୩୦ରେ ଖେଳାଯିବ । ତେବେ ଆଇପିଏଲ ପରେ ମଧ୍ୟ ଟିମ୍ ଆଫଗାନିସ୍ତାନ ବିପକ୍ଷରେ ଘରୋଇ ସିରିଜ ଖେଳିବ । ଏଥିରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ୩ଟି ଦିନିକିଆ ମ୍ୟାଚ ରହିଛି । ଟିମ୍ ଇଣ୍ଡିଆ ଆର୍ୟରଲାଣ୍ଡ ସହିତ ଖେଳିବାର କୌଣସି କାର୍ଯ୍ୟକ୍ରମ ନଥିଲା । ଟିମ୍ ଜୁଲାଇରେ ଇଂଲଣ୍ଡ ଗସ୍ତ କରିବ । ଏଥିପାଇଁ ବିସିସିଆଇ ଏବଂ କ୍ରିକେଟ ଆୟରଲାଣ୍ଡର ରାଜସ୍ବ ବଢାଇବା ପାଇଁ ଏକ ଛୋଟ ଟୁର୍ । ଭାରତ-ଆର୍ୟରଲାଣ୍ଡ ଶେଷ ଥର ପାଇଁ ଟି୨୦ ବିଶ୍ବକପ ମ୍ୟାଚ୍ ୨୦୨୪ରେ ନ୍ୟୁୟର୍କରେ ଖେଳିଥିଲେ ।