ଭାରତ ଓ ନ୍ୟୁଜିଲାଣ୍ଡ ସିରିଜ ଘୋଷଣା କଲା ବିସିସିଆଇ

0

ନୂଆଦିଲ୍ଲୀ, ୧୫/୦୬ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଆଗାମୀ ଦ୍ୱିପାକ୍ଷିକ ସିରିଜ ନେଇ କ୍ରୀଡାସୂଚୀ ଜାରି କରିଛି ବିସିସିଆଇ । ଏହା ୨୦୨୬ ଜାନୁଆରୀରେ ଭାରତରେ ଆୟୋଜିତ ହେବ । ଭାରତ ଗସ୍ତରେ ଆସିବ ନ୍ୟୁଜିଲାଣ୍ଡ । ଏଥିରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳାଯିବ । ଚାମ୍ପିଅନ୍ସ ଟ୍ରଫି ପରେ ଦୁଇଟି ଯାକ ଟିମ୍ ମୁହାଁମୁହିଁ ହେବେ । ଟେଷ୍ଟ ଏବଂ ଟି୨୦ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ରୋହିତ ଶର୍ମା ଏବଂ ବିରାଟ କୋହଲି ପୁଣି ନଜର ଆସିବେ ।

ଏହି ସିରିଜ ଭାରତର ଅଲଗା ଅଲଗା ସହରରେ ୧୧ ଜାନୁଆରୀରୁ ୩୧ ଯାଏ ଆୟୋଜିତ ହେବ । ଦିନିକିଆ ମ୍ୟାଚ ଭଦୋଦରାରେ ଖେଳାଯିବ । ଏହାପରେ ଟିମ୍ ଦ୍ବିତୀୟ ଦିନିକିଆ ୧୪ ଜାନୁଆରୀ ରାଜକୋଟରେ ଖେଳାଯିବ । ଏହାପରେ ୩ୟ ଦିନିକିଆ ୧୮ ଜାନୁଆରୀ ଇନ୍ଦୋରେ ଖେଳାଯିବ । ଟି-୨୦ ସିରିଜ ଆଗାମୀ ଟି-୨୦ ବିଶ୍ୱକପ ୨୦୨୬ ଚୟନ ପାଇଁ ମହତ୍ତ୍ବପୂର୍ଣ୍ଣ ହେବ । ଏହା ରାୟପୁର ଏବଂ ଗୌହାଟୀରେ ଖେଳାଯିବ ।

କ୍ରୀଡ଼ା ସୂଚୀ :

ଜାନୁଆରୀ ୧୧ : ପ୍ରଥମ ଦିନିକିଆ-ଭଦୋଦରା, ଜାନୁଆରୀ ୧୪ : ଦ୍ୱିତୀୟ ଦିନିକିଆ-ରାଜକୋଟ, ଜାନୁଆରୀ ୧୮: ତୃତୀୟ ଦିନିକିଆ-ଇନ୍ଦୋର, ଜାନୁଆରୀ ୨୧: ପ୍ରଥମ ଟି୨୦- ନାଗପୁର, ଜାନୁଆରୀ ୨୩ : ଦ୍ୱିତୀୟ ଟି୨୦- ରାୟପୁର, ଜାନୁଆରୀ ୨୫ : ତୃତୀୟ ଟି୨୦-ଗୌହାଟୀ, ଜାନୁଆରୀ ୨୮: ଚତୁର୍ଥ ଟି୨୦-ବିଶାଖାପାଟନମ୍ଜା, ଯାନୁଆରୀ ୩୧ : ପଞ୍ଚମ ଟି୨୦- ତ୍ରିବେନ୍ଦ୍ରମ ।

SBI AD
Leave A Reply

Your email address will not be published.