ନୂଆଦିଲ୍ଲୀ,୨୩/୧୧ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦିନିକିଆ ଶୃଙ୍ଖଳା ପାଇଁ କେଏଲ୍ ରାହୁଲଙ୍କୁ ଅଧିନାୟକ କରିଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ୧୫ ସଦସୀୟ ଟିମ୍ ଘୋଷଣା କରିଛି। ଶୁଭମନ ଗିଲଙ୍କ ଗଳାରେ ଆଘାତ ଠିକ୍ ହୋଇପାରି ନାହିଁ। ଏଥି ପାଇଁ ସେ ଦଳର ସଦସ୍ୟ ହୋଇପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଅନୁପସ୍ଥିତ ଥିବା ରବୀନ୍ଦ୍ର ଜାଦେଜା ୫୦ ଓଭର ଫର୍ମାଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚୟନ କମିଟି କେଏଲ୍ ରାହୁଲଙ୍କୁ ତିନି ମ୍ୟାଚ୍ ବିଶିଷ୍ଯ ଶୃଙ୍ଖଳା ପାଇଁ କେଏଲ୍ ରାହୁଲଙ୍କୁ ଗୁରୁ ଦାୟିତ୍ବ ଦେଇଛି।
ଷ୍ଟାର ବୋଲର ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ସ୍ଥାନ ମିଳିନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ୧୫ଜଣିଆ ଟିମ୍ରେ କେଏଲ୍ ରାହୁଲ (ଅଧିନାୟକ), ଋଷଭ ପନ୍ତ, ଧ୍ରବ ଜୁରେଲ ୱିକେଟ୍କିପର ବ୍ୟାଟର ଭାବେରେ ଖେଳିବେ। ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ସ୍ପିନର ଭାବେ ଖେଳିବେ। ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିନାହିଁ। ପ୍ରସିଦ୍ଧ କୃଷ୍ଣ, ହର୍ଷିତ ରାଣା ଓ ଅର୍ଶଦୀପ ସଂହଙ୍କ ସହିତ ନିତୀଶ କୁମାର ରେଡ୍ଡୀ ଦ୍ରୁତ ବୋଲର ଭାବେ ଖେଳିବେ।