ହସ୍ପିଟାଲରୁ ଫେରିଲେ ସୌରଭ ଗାଙ୍ଗୁଲି

କୋଲକାତା, ୭ /୧: ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ବାହାରକୁ ଆସିବା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଅତିଶୀଘ୍ର କାର୍ଯ୍ୟାଳୟକୁ ଫେରିବେ ବୋଲି କହିଛନ୍ତି ।

କୋଲକାତାର ଉଡଲାଣ୍ଡ୍ ହସ୍ପିଟାଲରେ ୪୮ ବର୍ଷୀୟ ଗାଙ୍ଗୁଲିଙ୍କ ଚିକିତ୍ସିତ ଥିଲେ । ଗତ ଶନିବାର ତାଙ୍କୁ ହୃଦଘାତ ହୋଇଥିଲା । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ଘରେ କିଛି ଦିନ ବିଶ୍ରାମ କରିବେ ଓ ସେଠାରେ ମଧ୍ୟ ତାଙ୍କ ଚିକିତ୍ସା ଜାରି ରହିବ ବୋଲି ଜଣାପଡ଼ିଛି । ହସ୍ପିଟାଲ ଏମଡି ଓ ସିଇଓ ରୁପାଲି ବାସୁ କହିଛନ୍ତି ଯେ, ଗାଙ୍ଗୁଲି କ୍ଲିନିକାଲି ଫିଟ୍ ଅଛନ୍ତି। ଗୁରୁବାର ଦିନ ଡିସଚାର୍ଜ କରାଯିବ। ଡିସଚାର୍ଜ ପରେ ଗାଙ୍ଗୁଲିଙ୍କୁ ଘରେ ଆରାମ କରିବାକୁ ହେବ ବୋଲି ସେ କହିଥିଲେ ।