ଲୋକମାନେ ଅନେକ ସମୟରେ ଜାଣତରେ ଅଜାଣତରେ କିଛି ଭୁଲ୍ କରିବସନ୍ତି । ସେହି କାରଣରୁ ଆର୍ଥିକ ସମସ୍ୟା ଲାଗିରହିଥାଏ । ସେଭଳି ଏକ ଅଭ୍ୟାସ ମଧ୍ୟରୁ ଗୋଟିଏ ହେଉଛି ବସିଥିବା ଅବସ୍ଥାରେ ଗୋଡ ହଲାଇବା । ଏଭଳି କରିବା ସମୟରେ ଅନେକ ସମୟରେ ଘରର ବୟୋଜ୍ୟେଷ୍ଠ ଏହାକୁ ବାରଣ ମଧ୍ୟ କରିଥାଆନ୍ତି । ବସିବା ଅବସ୍ଥାରେ ଗୋଡ ହଲାଇବା ଉଚିତ ନୁହେଁ , ଏହାର ଉଭୟ ବୈଜ୍ଞାନିକ ଓ ଧାର୍ମିକ କାରଣ ରହିଛି ।
– ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ଆର୍ôଥକ ସମସ୍ୟା ଲାଗି ରହିଥାଏ । ଆଦୌ ଟଙ୍କାର ଅଭାବ ଦୂର ହୋଇନଥାଏ । ସଞ୍ଚୟ ମଧ୍ୟ ହୋଇନଥାଏ । ଅଯଥାରେ ଟଙ୍କା ଖର୍ଚ୍ଚ ଲାଗି ରହିଥାଏ ।
– ପୂଜାପାଠ-ଧାର୍ମିକ ଅନୁଷ୍ଠାନରେ ଗୋଡ ହଲାଇବା ଦ୍ୱାରା ପୂଜାର ପ୍ରକୃତ ଫଳ ମିଳି ପାରିନଥାଏ ।
– ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ଆତ୍ମବିଶ୍ୱାସ ହ୍ରାସ ପାଇଥାଏ । ସାମ୍ନାରେ ବସିଥିବା ବ୍ୟକ୍ତିଙ୍କ ଉପରେ କୁପ୍ରଭାବ ପକାଇଥାଏ ।
– ବସିବା ଅବସ୍ଥାରେ ଗୋଡ ହଲାଇବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଘରେ ସୁଖଶାନ୍ତି, ଧନ ସମ୍ପତ୍ତିର ସର୍ବଦା ଅଭାବ ଲାଗି ରହିଥାଏ । ମା’ଲକ୍ଷ୍ମୀ ରାଗିଯାଆନ୍ତି ଯାହାଫଳରେ କୃପା ପାଇବାରୁ ବଞ୍ଚିତ ରହି ଏହି ଲୋକମାନେ ।
