ମହୁମାଛି ଆକ୍ରମଣରେ ୬ ଆହତ

ଫୁଲବାଣୀ : ୬ ଜଣ ଆହତ ହୋଇଛନ୍ତି ମହୁମାଛି ଆକ୍ରମଣରେ । ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହୁମାଛି ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରେ ୪ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଓ ଜଣେ ପିଅନ ଅଛନ୍ତି। ଶିକ୍ଷୟିତ୍ରୀ ଓ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ଏକ ଶିମିଳି ଗଛରେ ବହୁ ସଂଖ୍ୟାରେ ମହୁମାଛି ବସା ରହିଛି। ବୁଧବାର ସକାଳେ ସ୍କୁଲ ଖୋଲିବା ସମୟରେ ହଠାତ ମହୁମାଛି ବସାରୁ ବାହାରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଶିକ୍ଷୟିତ୍ରୀ ନନ୍ଦିନୀ ପ୍ରଭା ମହାପାତ୍ର ଓ ପିଅନ ରାମସିଂ ପାତ୍ରଙ୍କ ସମେତ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଶିକ୍ଷୟିତ୍ରୀ ନନ୍ଦିନୀ ଓ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ପୂର୍ଣ୍ଣିମା ସୂଚନା ଦେଇଛନ୍ତି।

SBI AD