ବିଧାନସଭା ବଜେଟ୍‌ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍‌ ପରୀକ୍ଷା

ଭୁବନେଶ୍ବର,୧୨ /୨ : ବଜେଟ୍‌ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକମାନଙ୍କ ହେବ କୋଭିଡ୍‌ ପରୀକ୍ଷା । ଫେବ୍ରୁଆରି ୧୫, ୧୬ ଓ ୧୭ ତାରିଖରେ ବିଧାୟକ, ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି,ବ୍ୟକ୍ତିଗତ ସୁରକ୍ଷା କର୍ମୀ, ବିଧାନସଭା କର୍ମଚାରୀ ଓ ଡ୍ରାଇଭରମାନଙ୍କ ଆର୍‌ଟିପିସିଆର୍‌ ପରୀକ୍ଷା କରାଯିବ। ଏ ନେଇ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ବିଧାନସଭା ସଚିବ ଦାଶରଥୀ ଶତପଥୀ ସମସ୍ତ ବିଧାୟକମାନଙ୍କୁ ଚିଠି ଲେଖିଛନ୍ତି। ଯେଉଁ ବିଧାୟକ, ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର କୋଭିଡ୍‌ ନେଗେଟିଭ ରିପୋର୍ଟ ଆସିବ ସେହିମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।