ବେଙ୍ଗାଲୁରୁ,୧୮/୪ : ଗତକାଲି ବେଙ୍ଗାଲୁରୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ରାସ୍ତା ମଝିରେ ଏକ ଚୌକି ପକାଇଦେଲେ। ଏହାପରେ ସେ ସେଥିରେ ବସି ଚା’ ମଧ୍ୟ ପିଇଲେ। ରିଲ୍ ତିଆରି କରିବା ପାଇଁ ସେ ଏପରି କରିଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ରାସ୍ତାରେ ଅନେକ ଯାନବାହନ ଚଳାଚଳ କରୁଥିଲା। ଏବେ ସେହି ବ୍ୟକ୍ତିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ ପୁଲିସ ଗିରଫ କରିଛି।
ବେଙ୍ଗାଲୁରୁ ପୁଲିସର କହିବାନୁସାରେ, ଇନଷ୍ଟାଗ୍ରାମ ରିଲ୍ ପାଇଁ ସାର୍ବଜନୀନ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରି ଲୋକଙ୍କ ସୁରକ୍ଷାକୁ ବିପଦରେ ପକାଇବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ରାସ୍ତା ଉପରେ ଏକ ଚେୟାରରେ ବସି ଚା’ ପିଉଥିବାର ଦେଖାଯାଇଥିଲା। ଏପ୍ରିଲ ୧୨ ତାରିଖରେ ମଗଦି ରୋଡ୍ରେ ଏହି ରିଲ୍ ସୁଟ୍ କରାଯାଇଥିଲା। ପରେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଅପଲୋଡ କରାଯାଇଥିଲା, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଭାଇରାଲ୍ କ୍ଲିପ୍କୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ତାଙ୍କୁ ଟ୍ରାକ୍ କରିଥିଲା।
Taking tea time to the traffic line will brew you a hefty fine, not fame !!! BEWARE BCP is watching you#police #awareness #weserveandprotect #stayvigilant pic.twitter.com/5A8aCJuuNc
— ಬೆಂಗಳೂರು ನಗರ ಪೊಲೀಸ್ BengaluruCityPolice (@BlrCityPolice) April 17, 2025