ବିଜେପିର ପ୍ରଭାରୀ ତାଲିକାରେ ବୈଜୟନ୍ତଙ୍କୁ ଦିଲ୍ଲୀ ଏବଂ ଆସାମ ଦାୟିତ୍ୱ

ନୂଆଦିଲ୍ଲୀ, ୧୪/୧୧ : ଭାରତୀୟ ଜନତା ପାର୍ଟି (ବିଜେପି) ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ପ୍ରଭାରୀମାନଙ୍କ ଏକ ନୂଆ ତାଲିକା ଜାରି କରିଛି । ଏହି ପରୀପ୍ରେକ୍ଷିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଏବଂ ଆସାମର ପ୍ରଭାରୀ ଦାୟିତ୍ୱ ମିଳିଛି । ସେହିପରି ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ଏବଂ ବିଶେଶ୍ୱର ଟୁଡୁଙ୍କୁ ମଧ୍ୟପ୍ରଦେଶର ସହପ୍ରଭାରୀ ଦାୟିତ୍ୱ ଦେଇଛି । ଡି ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶାର ପ୍ରଭାରୀ ଦାୟିତ୍ୱ ମିଳିଥିଲାବେଳେ ବିଜୟପାଲ ସିଂହ ତୋମାରଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି । ପୂର୍ବରୁ ଅରୁଣ ସିଂହ ଓଡ଼ିଶାର ପ୍ରଭାରୀ ଦାୟିତ୍ୱରେ ଥିବା ବେଳେ ଛତିଶଗଡ଼ ପାଇଁ ଥିଲେ ଅନିଲ ଜୈନ । ଏବେ ଅରୁଣ ସିଂହଙ୍କୁ କର୍ଣ୍ଣାଟକ ପ୍ରଭାରୀ ଦାୟିତ୍ୱ ମିଳିଛି ।

ଜେପି ନଡ୍ଡା ମୋର୍ଚ୍ଚାର ପ୍ରଭାରୀ ତାଲିକା ମଧ୍ୟ ଘୋଷଣା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋର୍ଚ୍ଚର ପଭାରୀ ହେବେ ତରୁଣ ଚୁଗ । ଅରୁଣ ସିଂହଙ୍କ ଦାୟିତ୍ୱରେ ରହିବ ଅନ୍ୟାନ୍ୟ ପଛୁଆ ବର୍ଗ ମୋର୍ଚ୍ଚା । ଭୁପେନ୍ଦ୍ର ଯାଦବଙ୍କୁ କିଷାନ ମୋର୍ଚ୍ଚା ପ୍ରଭାରୀ କରାଯାଇଥିବା ବେଳେ ଦୁଷ୍ୟନ୍ତ ଗୌତମଙ୍କୁ ମହିଳା ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱ ମିଳିଛି । ଏଥି ସହିତ ବିଜେପି ନିଜର ପୂରା ଟିମ ପାଖାପାଖି ଘୋଷଣା କରିଦେଇଛି । କିନ୍ତୁ ଏବେବି କାର୍ଯ୍ୟକାରିଣୀ ଘୋଷଣା ହେବାକୁ ବାକି ଅଛି ।