ନୂଆଦିଲ୍ଲୀ,୪/୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳକୁ ଆର୍ଜେଣ୍ଟିନା ୧-୨ରେ ପରାସ୍ତ କରିଛି । ଟୋକିଓ ଅଲିମ୍ପିକସ୍ରେ ଭାରତୀୟ ମହିଳା ହକି ଟିମ୍ ଆଜି ସେମିଫାଇନାଲ୍ରେ ଆର୍ଜେଣ୍ଟିନାକୁ ଭେଟିଥିଲା । ପ୍ରଥମ ଦେଢ଼ ମିନିଟ୍ ମଧ୍ୟରେ ଭାରତ ଆର୍ଜେଣ୍ଟିନା ବିପକ୍ଷ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା ପରେ ଆର୍ଜେଣ୍ଟିନା ମଧ୍ୟ ପେନାଲ୍ଟି କର୍ଣ୍ଣର୍ର ଲାଭ ଉଠାଇ ପ୍ରଥମ କ୍ୱାର୍ଟର୍ରେ ଭାରତକୁ ଏକ ଗୋଲ୍ ଦେଇଥିଲା । ହେଲେ ପ୍ରଥମ କ୍ୱାର୍ଟରରେ ଦଳ ସ୍ଥିତି ମଜବୁତ ଥିବା ଦେଖିବାକୁ ମିଳିଥିବା ବେଳେ ଆର୍ଜେଣ୍ଟିନା ମଧ୍ୟ ଗୋଟିଏ ଗୋଲ୍ କରିଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ଦୁଇ ଟିମ୍ ପେନାଲ୍ଟି କର୍ଣ୍ଣର ପାଇଥିଲେ ହେଁ ଏହାର ଫାଇଦା ଉଠାଇ ପାରିନଥିଲେ । ଫଳରେ ୧-୧ ଗୋଲ୍ରେ ଦ୍ୱିତୀୟ କ୍ୱାର୍ଟରର ଖେଳ ଶେଷ ହୋଇଥିଲା । ତୃତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଭାରତ ବିପକ୍ଷ ପେନାଲ୍ଟି କର୍ଣ୍ଣରରେ ଆଉ ଏକ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା । ଯାହାକି ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିଲା ।
ଚତୁର୍ଥ କ୍ୱାର୍ଟରରେ ଗୋଲ୍ କରିବାକୁ ବାରମ୍ବାର ପ୍ରୟାସ କରିବା ସତ୍ତ୍ୱେ ଭାରତୀୟ ଦଳକୁ ସୁଯୋଗ ଦେଇନଥିଲେ ଆର୍ଜେଣ୍ଟିନା ଦଳ। ଫଳରେ ଏହି ମ୍ୟାଚ୍କୁ ୨-୧ରେ ଜିତି ଫାଇନାଲ୍ରେ ପ୍ରବେଶ କରିଛି ଆର୍ଜେଣ୍ଟିନା ।