କେନ୍ଦ୍ରାପଡ଼ା,୧/୫: କେନ୍ଦ୍ରାପଡା ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଭିତର କନିକା ଜାତୀୟ ଉଦ୍ୟାନ ମେ ୧ ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ l ନିଷେଧ ଅଂଚଳରେ କେହି ବି ପର୍ଯ୍ୟଟକ ଜାତୀୟ ଉଦ୍ୟାନକୁ ପରିଦର୍ଶନରେ ଆସି ପାରିବେ ନାହିଁ l ମୁଖ୍ୟତଃ ବଉଳା କୁମ୍ଭୀରଙ୍କ ମିଳନ, ଅଣ୍ଡାଦାନ, ଶlବକ ଜନ୍ମ ଓ ପ୍ରଜନନ ଭଳି ବଂଶ ବୃଦ୍ଧିର ପ୍ରାକୃତିକ ଶୈଳୀ ନେଇ ଏହି ତିନିମାସ ସମୟ ନିଷେଧ୍ୟାଂଜ୍ଞା ଜାରି କରାଯାଇଥିବାର ଜଣାପଡିଛି l ଆହୁରି ମଧ୍ୟ ପ୍ରଜନନ ସମୟରେ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇପଡିଥାନ୍ତି l ଯାହାକି ପର୍ଯ୍ୟଟକମାନଙ୍କ ପକ୍ଷେ ଅହିତକର ମନେହୋଇଥାଏ l