ଜଗନ୍ନାଥ ସଂସ୍କୃତି ରେ ଇସ୍କନର ମୁନୁଷ୍ୟ ଇଛାକୃତ ରୀତି ନିତିର ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ଭୁବନେଶ୍ଵର, ୦୨/୦୨ (ଓଡିଶା ଖବର) : ଅଦିନିଆ ଶ୍ରୀ ଜଗନ୍ନାଥ ରଥଯାତ୍ରା ଓ ସ୍ନାନଯାତ୍ରା ଏକ ମନୁଷ୍ୟ ଇଚ୍ଛାକୃତ ନିଷ୍ପତି ତାକୁ ଗ୍ରହଣ କରାଯାଇ ପାରିବ ନାହିଁ । ଦେଖ ଦେଖରେ ଆସୁଛି ଜଗା ଝୁଲି ଝୁଲି… ବରଷକେ ଥରେ ଆସେ ବଡଦାଣ୍ଡେ ବୁଲି…ଚାଲ ବେଗି ବେଗି ଯିବା ସଙ୍ଗାତ.. କାଳେ ରଥ ଟଣା ହେବ ଶେଷ… । ଆଜି ଗୋପାଳପୁର ଠାରେ ମହୋଦଧି ଆଳତି ଓ ମହୋତ୍ସବ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ରଥଯାତ୍ରା-(ଅଠରଶହ ପାଞ୍ଚ ମସିହାରୁ ଅଠର ଶହ ବାଇଶି ମସିହା), ସ୍ନାନଯାତ୍ରା ଓ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ରର ବିଧାନ ଓ କାଳ ନିର୍ଣ୍ଣୟ AI ଭିଡ଼ିଓ ଫିଲ୍ମ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁ ଟ୍ୟୁବ ରେ ଲୋକାର୍ପିତ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଜ୍ୟେଷ୍ଠ ପୂର୍ଣ୍ଣିମା ଓ ରଥଯାତ୍ରା ଆଶାଡ଼ ଶୁକ୍ଲପକ୍ଷ ଦ୍ୱତୀୟାରେ ହୋଇ ଥାଏ । ମହାପ୍ରଭୁଙ୍କ ନିତ୍ୟ ନିତିକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଏହି ମହୋଦଧି ଆଳତି ଓ ଜଗନ୍ନାଥ ସଂସ୍କୃତି ରକ୍ଷକ ସଂମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଓ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫାଉଣ୍ଡେସନର ସଦସ୍ୟମାନେ ଯୋଗ ଦେଇଥିଲେ । ସମସ୍ତେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ବିକୃତି କରିବାକୁ ମନୁଷ୍ୟ ଇଚ୍ଛାକୃତ ରୀତି ନିତି ପରିବର୍ତ୍ତନକୁ ଏକ ସ୍ୱରରେ ପ୍ରତ୍ୟାଖ୍ୟାନ କରିଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର, ଡ଼ ପଦ୍ମ ଚରଣ ଦାସ, ସୁରେଶ ମିଶ୍ର, ତ୍ରିଲୋଚନ ନାୟକ, ଭଗବାନ ଦାସ, ପ୍ରଫୁଲ ଦାସ, ଭାରତୀ ଭୂଷଣ ପଟ୍ଟନାୟକ, ବିଜୟ ପଣ୍ଡା, ଶ୍ରୀନିବାସ ରାଓ, ପଞ୍ଚାନନ ମିଶ୍ର ଓ ଜଗନ୍ନାଥ ଚେତନା ଫାଉଣ୍ଡେସନର ପ୍ରମୁଖ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।